ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଦିନର ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇଭଉଣୀଙ୍କ ସହ ମାଉସୀ ମା’ ମନ୍ଦିରକୁ ଯାଉଛନ୍ତି ଆଜି ଅଧା ବାଟରେ ଅଟକିଛନ୍ତି। ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ବାରା ଠାକୁରଙ୍କ ରୀତି, ନୀତି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସଂପନ୍ନ କରିବାପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି।
Advertisment
ପୁରୀ ରଥଯାତ୍ରା ପରି ରାଇରଙ୍ଗପୁରରେ ମଧ୍ୟ ଏକ ସୁସଜ୍ଜିତ ଘୋଡ଼ା ଗାଡ଼ିରେ ରାଇରଙ୍ଗପୁର ପୌରପରିଷଦର ପୌରାଧକ୍ଷ ଅଭିଷେକ ପଟ୍ଟନାୟକ ଆସି ଛେରାପହଁରା କରିଥିଲେ। ପୂର୍ବରୁ ଡାହୁକ କୃଷ୍ନବିହାରୀ ମହାନ୍ତିଙ୍କ ଦ୍ବାରା ରଥ ଗଡୁଥିବା ବେଳେ ଚଳିତ ବର୍ଷ ତାଙ୍କ ପୁଅ ଅଭିଷେକ ମହାନ୍ତି (ଗୁଗି ଭାଇ) ପ୍ରଥମ ଥର ପାଇଁ ଡାହୁକ ହୋଇ ରଥ ଗଡାଇଥିଲେ। ହଜାର ହଜାର ଭକ୍ତଙ୍କ ଦ୍ଵାରା ମହାପ୍ରଭୁଙ୍କ ପ୍ରଥମ ଦିନର ଦିବ୍ୟ ଯାତ୍ରା ସଂପନ୍ନ ହୋଇଥିଲା। ରଥଯାତ୍ରା କମିଟିର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉପଜିଲ୍ଲାପାଳ ସରୋଜ କୁମାର ଦାସ, ମୟୂରଭଂଜ ଲୋକସଭା ସାଂସଦ ନବଚରଣ ମାଝି, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ପ୍ରିତିନନ୍ଦା ମହାନ୍ତି, ପୌର ପରିଷଦର ଉପାଧ୍ୟକ୍ଷ ମମିତା ଚୌଧୁରୀ, ଏସଡିଏମଓ ରବିନ୍ଦ୍ର ନାଥ ମାରାଣ୍ଡି, ତହସିଲଦାର ବିଶ୍ୱନାଥ ବିଶ୍ଵାଳ, ଟାଉନ୍ ଥାନା ଅଧିକାରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସୂଚନ୍ଦ୍ର ମହାଳିକଙ୍କ ସମେତ ବହୁ ମନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।
ସେହିପରି ପ୍ରଥମରୁ ଶେଷ ପ୍ରଯନ୍ତ ଲଳିତ ମହାନ୍ତ, ରଞ୍ଜନ କୁମାର ନନ୍ଦ, ତିମିର ରଞ୍ଜନ ପଣ୍ଡା,ପୂସ୍ପାଞ୍ଜଳି ତ୍ରିପାଠୀ, ଡ ଦିଗମ୍ବର ଗିରି, ତନ୍ମୟ ରଥ, ପୁଷ୍ପଲତା ମହାନ୍ତି, ନିଗମାନନ୍ଦ ପଟ୍ଟନାୟକ,ବିଜୟ ରାମ୍, ଦୁଷ୍ମନ୍ତ କୁମାର ବସା, ଭୀମସେନ ପାତ୍ର, ସଚିକନ୍ତ କର ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । କଚେରୀ ପଡିଆ ବଦଳରେ ବ୍ଲକ ପଡ଼ିଆରେ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ହୋଇଥିଲା କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
ତେବେ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ପୌରପରିଷଦ ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ନ ପ୍ରସାଦ, ଦହି ଓ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା। ତେବେ ରଥା ଟାଣିବା ନିମନ୍ତେ ପାସ୍ ଦିଆଯିବାରେ ଅନିୟମିତତା ଯୋଗୁଁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କିଛି ୮ରୁ ୧୦ ବର୍ଷର ବାଳକମାନେ ବିପଦ ସଙ୍କୁଳ ଅବସ୍ଥାରେ ରଥ ପାଖରେ ପାସ୍ ଲଗାଇ ରଥ ଟାଣୁଥିଲେ। ସେମାନଙ୍କୁ ଭିତର ପାଇଁ ପାସ୍ ମିଳିଥିବା ବେଳେ ଜରୁରୀକାଳୀନ ସେବା ଯଗାଉଥିବା ହସ୍ପିଟାଲ କର୍ମଚାରୀ, ସାମ୍ବାଦିକ, ଅଗ୍ନିଶମ ବିଭାଗ କର୍ମଚାରୀ ସମେତ ବହୁଗଣ୍ୟ ବ୍ୟକ୍ତିଙ୍କୁ ରଥ ବାହାରେ ରହିବାକୁ ପାସ୍ ବଣ୍ଟନ କରାଯାଇଛି। ଏପରିକି ୯୦ ପ୍ରତିଶତ ପାସ୍‌ରେ ନାମ ମଧ୍ୟ ଲେଖା ଯାଇନାହିଁ। ଏଥି ପ୍ରତି ରଥ କମିଟିକୁ ଦୃଷ୍ଟି ଦେବାକୁ ଦାବି ହେଉଛି। ତେବେ ଚଳିତ ବର୍ଷର ପ୍ରଥମ ଦିନର ରଥ ଟଣା କାର୍ଯ୍ୟ ସନ୍ଧ୍ୟା ହୋଇଯାଇଥିଲା