ରାଇରଙ୍ଗପୁର: ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଅରଗାନାଇଜେସନ୍ ତରଫରୁ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ଏକ ୮ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବିପତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ଅନେକ ମାତ୍ରାରେ ବେକାରୀ, ସ୍ବାସ୍ଥ୍ୟ,ଶିକ୍ଷା ତଥା ଜନଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି। ବାମନଘାଟୀ ଉପଖଣ୍ଡ ଅଞ୍ଚଳରେ ଗେଟିଏ ବି ଇସ୍ପାତ ଶିଳ୍ପ କାରଖାନା ନଥିବା ଦୂଖଃର ବିଷୟ, ଯାହା ଫଳରେ ଅନେକ ବେକାରୀ ଯୁବକ ଯୁବତୀ ଜିଲ୍ଲା ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି।
Advertisment
ଜିଲ୍ଲାରେ ଅନେକ ଲୌହଖଣି ଥାଇ ସୁଧା କୌଣଶି ଶିଳ୍ପ ପ୍ରତିଷ୍ଠାନ ନ ହେବା ଲଜ୍ୟାଜନକ। ତେଣୁ ଯଥାଶୀଘ୍ର ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଞ୍ଚଳରେ ଇସ୍ପାତ ଖାରଖାନା ପ୍ରତିଷ୍ଠା କରାଗଲେ ଅନେକ ବେକାର ଯୁବକଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଅର୍ଗାନାଇଜେସନ ତରଫରୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ସରକାର ପଦକ୍ଷେପ ଗ୍ରହଣ କଲେ ନିଶ୍ଚିତ ବେକାରୀ ସମସ୍ୟା ଦୂରୀଭୂତ ହେବ ବୋଲି ଅର୍ଗାନାଇଜେସନର ପରିଚାଳକ ପ୍ରକାଶ କରିଥିଲେ। ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।