କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମଣଦା ରେଞ୍ଜ ଖେଜୁରୀ କଟାସ ଗ୍ରାମ ନିକଟରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଶିକାରୀ ଓ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖିଥିବା ବେଳେ ଆଜି ସକାଳ ୧୦ଟା ସମୟରେ ଧରା ପଡ଼ିଥିଲା |

ଏହି ମାମଲାରେ ବିଶୋଇ ଥାନା ଅନ୍ତର୍ଗତ ବଡ଼ ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ(୨୭)ଙ୍କୁ ଗିରଫ କରଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖସି ଯାଇଛନ୍ତି | ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏସିଏଫ ବୈଦନାଥ ମାଝୀ, ଏସିଏଫ ନବୀନ ଚନ୍ଦ୍ର ନାୟକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ଚଢ଼ାଉ କରିଥିଲେ | କଲରାପତରିଆ ଛାଲର ଲମ୍ବା ୧୫୩ ସେମି ଓ ୩୧ ସେମି ଓସାର ହୋଇଥିବା ବେଳେ ଦୁଇ ୩ ମାସ ତଳେ ଶିକାର କରାଯାଇଥିବା ଜଣାପଡ଼ିଛି |


ଶିକାରୀ ଚମଡା ନେଇ ଆଜି ବିକ୍ରି ପାଇଁ ମୁଲଚାଲ କରୁଥିବା ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଶିମିଳିପାଳ ଜୈବମଣ୍ଡଳ ସଂଲଗ୍ନ ଅଂଚଳରୁ କଲରା ପତରିଆଟି ଶିକାର କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି |

ସମ୍ବନ୍ଧିତ ଖବର