ରାଇରଙ୍ଗପୁର ଉପ-କାରାଗାରରୁ ଚିକିତ୍ସା ପାଇଁ ଯାଇଥିବା କଏଦୀ ଫେରାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ-କାରାଗାରରେ ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି । ବହଳଦା ବ୍ଲକ ଝରାଡ଼ିହି ଅଂଚଳର ଡମାନ ମାର୍ଣ୍ଡି ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପରେ ରାଇରଙ୍ଗପୁରର ଉପ-କାରାଗାରରେ ରହୁଥିଲେ । ତାଙ୍କୁ ଯକ୍ଷ୍ମା ହୋଇଥିବାରୁ ଚିକିତ୍ସା ପାଇଁ ବାରିପଦା ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରୁ ଫେରିବା ବେଳେ ଆଜି ସନ୍ଧ୍ୟା ୫.୪୫ମିନିଟରୁ ୬ଟା ମଧ୍ୟରେ ବିଶୋଇ ଥାନା କୁନ୍ଦୁଳିଆ ନିକଟରେ ଶୌଚ ପାଇଁ ଗାଡ଼ିରୁ ଓହ୍ଲାଇଲେ । କିନ୍ତୁ ଶୌଚ ବସିଥିବା ବେଳେ ସେଠାରୁ ଖସି ପଳାଇ ଥିଲେ । ରାଇରଙ୍ଗପୁର ଜେଲର ଓ ଅନ୍ୟ କର୍ମଚାରୀ ଫେରାର କଏଦୀଙ୍କୁ ଖୋଜୁଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର