ରାଜଭବନରେ ପ୍ରବେଶ ଉପରେ କଟକଣା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜଭବନରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମାର୍ଗଦର୍ଶିକା ଆଧାରରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଆବଶ୍ୟକ ସ୍ଥଳେ ଟେଲିଫୋନ୍‌/ଫ୍ୟାକ୍ସ/ଇମେଲ୍‌([email protected]) ଯୋଗେ ରାଜଭବନ ସହ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର