ଜନଜାତିଙ୍କ ଉପରେ ରାଜ୍ୟପାଳଙ୍କ ନଜର

ରାଜଭବନରେ ଖୋଲିଲା ଜନଜାତି ପ୍ରକୋଷ୍ଠ, ସମୀକ୍ଷା କରିବେ, ସମାଧାନ ରାସ୍ତା ଖୋଜିବେ

ଭୁବନେଶ୍ବର : ବିଭିନ୍ନ ଜିଲ୍ଲା ବୁଲିବା ଆଳରେ ସରକାର କେମିତି ଚାଲିଛି, ଉଭୟ ସହର ଓ ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟର ସ୍ଥିତି ପରୀକ୍ଷା କରି ଚର୍ଚ୍ଚାରେ ଅଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ େକହି େକହି ସମାେଲାଚନା ବି କରୁଛନ୍ତି।

ହେଲେ ଠିକ୍ ଏମିତି ଏକ ସମୟରେ ରାଜ୍ୟପାଳ ଆଉ ଏକ ନିଷ୍ପତ୍ତି େନଇଛନ୍ତି। ଏଣିକି ରାଜଭବନରେ ଅନୁସୂଚିତ ଜନଜାତିଙ୍କ ସଂପର୍କରେ ନିୟମିତ ଭାବେ ତନାଘନା େହବ। ରାଜ୍ୟପାଳ ଯାହା ଚାହିଁବେ ସେ ତଥ୍ୟ ମାଗିପାରିବେ ଏବଂ ଏହି ବର୍ଗର ଉନ୍ନତି ପାଇଁ ସରକାର କି ପଦକ୍ଷେପ େନଇଛନ୍ତି, େସ ସଂପର୍କରେ ସମୀକ୍ଷା କରିପାରିବେ। ଏଥିପାଇଁ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଗତ ୮ତାରିଖରୁ ରାଜଭବନ ପରିସରରେ ଅନୁସୂଚିତ ଜନଜାତି ପ୍ରକୋଷ୍ଠ େଖାଲିଛି। ରାଜ୍ୟ ସରକାର ବର୍ତମାନ ପାଇଁ ଏହି ଦାୟିତ୍ବରେ ଦୁଇଜଣ ଅବସରପ୍ରାପ୍ତ ନୃତତ୍ତ୍ବବିତଙ୍କୁ ପ୍ରକୋଷ୍ଠ ଅଧିକାରୀଭାବେ ନିଯୁକ୍ତି େଦଇଛନ୍ତି।

ଭାରତୀୟ ସମ୍ବିଧାନ, ଅନୁଚ୍ଛେଦ ୫ର ବିଧି ଅନୁଯାୟୀ ଏହି ଜନଜାତି ପ୍ରକୋଷ୍ଠ ଓଡ଼ିଶାରେ ଜନଜାତିମାନଙ୍କର ସ୍ଥିତି, ପ୍ରଗତି, ଉନ୍ନୟନ ସଂପର୍କିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଓ ସୂଚନା ରାଜ୍ୟପାଳଙ୍କୁ ପ୍ରଦାନ କରିବ। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ରାଜ୍ୟପାଳଙ୍କ ଦୃଷ୍ଟିକୁ ଆସୁଥିବା ଜନଜାତି ସଂପର୍କିତ ପ୍ରମୁଖ ସମସ୍ୟା ସମାଧାନରେ ତାଙ୍କୁ ସହାୟତା େଯାଗାଇ ଦେବ।

ଓଡ଼ିଶାରେ ସମୁଦାୟ େଲାକସଂଖ୍ୟାର ୨୨.୮୫% େହଉଛନ୍ତି ଜନଜାତି ବର୍ଗର। ୬୨ଟି ଅନୁସୂଚିତ ଜନଜାତି ବର୍ଗର େଲାକ ଏଠାରେ ବାସ କରୁଛନ୍ତି, େଯଉଁମାନଙ୍କ ମଧ୍ୟରୁ ୧୩ଟି ବର୍ଗର େଲାକ ଆଦିମ ଜନଜାତି ସଂପ୍ରଦାୟର। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଏମାନଙ୍କ ସ୍ବାର୍ଥର ସୁରକ୍ଷା ତଦାରଖ ପାଇଁ ରାଜ୍ୟପାଳଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି।

ପୂର୍ବରୁ ରାଜ୍ୟପାଳମାେନ ଏହି ବର୍ଗର ସ୍ବାର୍ଥର ସୁରକ୍ଷା ସଂପର୍କରେ ସମୀକ୍ଷା କରିଛନ୍ତି। ସରକାରଙ୍କୁ ଏକାଧିକ ଥର ପରାମର୍ଶ ବି େଦଇଛନ୍ତି। ମିଳୁଥିବା ଅଭିେଯାଗ ଉପରେ ବିଭାଗୀୟ ସଚିବ ବା ମୁଖ୍ୟଶାସନ ସଚିବଙ୍କୁ ଡାକି ଆେଲାଚନା କରାଯାଇଛି। ମାତ୍ର ପ୍ରଫେସର ଗଣେଶୀ ଲାଲ ଏ େକ୍ଷତ୍ରରେ ଦୁଇପାଦ ଆଗକୁ ଯାଇ ନିଜ କାର୍ଯ୍ୟାଳୟରେ ସ୍ବତନ୍ତ୍ର ପ୍ରକୋଷ୍ଠ େଖାଲିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ େଖାରାକ େଯାଗାଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ମଧ୍ୟରେ ରାଜ୍ୟପାଳଙ୍କ ସକ୍ରିୟତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଜିଲ୍ଲା ଗସ୍ତରେ ଯିବା ପୂର୍ବରୁ େସ ଜିଲ୍ଲା ସଂପର୍କରେ ତଥ୍ୟ ମାଗୁଛନ୍ତି ଓ ଜିଲ୍ଲାକୁ ଯାଇ ସିଧାସଳଖ ବୈଠକ କରୁଛନ୍ତି। ଏହି କ୍ରମରେ ଆସନ୍ତା ୩୧ ଓ ୧ ତାରିଖରେ ରାଜ୍ୟପାଳ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ। ଏହା ପୂର୍ବରୁ ବାକି ସମସ୍ତ ଜିଲ୍ଲା ସେ ବୁଲି ଅନୁଧ୍ୟାନ କରିସାରିଲେଣି। ନିକଟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କଟକରେ ବୈଠକ କରାଯାଇଥିଲା। ରାଜ୍ୟପାଳ ଏହି ଗସ୍ତ ସମୟରେ ପିଇବା ପାଣି, ସ୍ବାସ୍ଥ୍ୟ େସବା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ େଯାଜନା ଆଦି କାର୍ଯ୍ୟର ସମୀକ୍ଷା କରିଛନ୍ତି ଓ ପ୍ରକଳ୍ପର ଅନୁଧ୍ୟାନ କରିବା ନଜିର ରହିଛି।

ଆସନ୍ତା ୪ ତାରିଖ ଦିନ ବିଧାନସଭା ଅଧିବେଶନ ଆରମ୍ଭ େହଉଛି। ଏହି ଦିନ ପରମ୍ପରା ଅନୁସାରେ ରାଜ୍ୟପାଳ ଗୃହରେ ଅଭିଭାଷଣ ଦେବେ। ଏହାପୂର୍ବରୁ ରାଜ୍ୟପାଳ ସମଗ୍ର ରାଜ୍ୟ ବୁଲି େଦଖିବା ଘଟଣାକୁ ରାଜନୈତିକ ମହଲ ଗୁରୁତ୍ବ େଦଉଛନ୍ତି। ଯଦିଓ ସରକାରଙ୍କ ଦ୍ବାରା ଲିଖିତ ଭାଷଣକୁ ରାଜ୍ୟପାଳ ପଢିବାର ପରମ୍ପରା ରହିଛି, ବିେରାଧୀ କିନ୍ତୁ ଏହାକୁ ସମାେଲାଚନା କରିଥାନ୍ତି। ସରକାର ଯାହା େଲଖୁଛନ୍ତି, ତାକୁ ପଢୁଛନ୍ତି େବାଲି ଆେକ୍ଷପ କରିଥାନ୍ତି। ଏପରିକି ରାଜ୍ୟପାଳଙ୍କ ଭାଷଣକୁ ବିେରାଧୀ ଚିରି େଦବା ଘଟଣା ବି ବିଧାନସଭାରେ ଦେଖିବାକୁ ମିଳିଛି। ହେଲେ ପ୍ରଫେସର ଗଣେଶୀ ଲାଲ ଏହା ପୂର୍ବରୁ ସମଗ୍ର ରାଜ୍ୟବୁଲି ସ୍ଥିତି ଅନୁଧ୍ୟାନ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ସମାେଲାଚନା କରିବାର ସୁେଯାଗ ବିେରାଧୀଙ୍କ ପାଖରେ ରହିବ ନାହିଁ େବାଲି େଗାଟିଏ ମହଲ ମତ ରଖୁଛନ୍ତି। ସେ ଚାହିଁଲେ ସରକାରଙ୍କୁ ଗୃହ ଭିତରେ ସୁରକ୍ଷା ବି େଦଇପାରିବେ।

ସମ୍ବନ୍ଧିତ ଖବର