ବିଜେପିରେ ଯୋଗ ଦେଲେ କଂଗ୍ରେସ ଛାଡ଼ିଥିବା ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା

ଭୁବନେଶ୍ବର: ଗତକାଲି କଂଗ୍ରେସ ଛାଡ଼ିଥିବା ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ସ୍ଥିତି ସୁଧାରିବା ଲାଗି ସଂଘର୍ଷ କରୁଥିବା କଂଗ୍ରେସକୁ ଏକ ଝଟକା ଦେଇ ଦଳର ବରିଷ୍ଠ ନେତା ରାଜ କିଶୋର ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳ ଛାଡ଼ିଥିଲେ ଶ୍ରୀ ବେହେରା। ରାଜକିଶୋର ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନେଇ ସେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ବେହେରା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ଏହାର ପ୍ରାର୍ଥୀ ଭାବରେ ତିର୍ତ୍ତୋଲରୁ ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଅପରପକ୍ଷରେ ରାଜକିଶୋର ବେହେରା ବିଜେପି ପ୍ରାର୍ଥୀ ହେବା ଏକ ପ୍ରକାରର ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର