ଭୁବନେଶ୍ବର : ଟେନିସ୍ ବଲ୍ କ୍ରିକେଟ୍ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଗାମୀ ରଜ ପର୍ବ ପାଇଁ ଗୋପବନ୍ଧୁ କ୍ରିକେଟ କ୍ଲବ ପକ୍ଷରୁ କରଯାଇଛି ନିଆରା ପ୍ରୟାସ। ରଜ କୁଆଁରୀଙ୍କ କ୍ଷେତ୍ରରେ ପାଳନ ହେଉଥିବାବେଳେ ପୁରୁଷ ବା ଯୁବକଙ୍କ ପାଇଁ ରଜ ପର୍ବରେ ବ୍ୟାଟ୍ ଧରି ମଇଦାନରେ ଜଲୱା ଦେଖାଇବା ପାଇଁ ଭୁବନେଶ୍ୱର ଗୋପବନ୍ଧୁ କ୍ରିକେଟ ଗ୍ରାଉଣ୍ଡ ଠାରେ ଜୁନ ୧୦ରେ ଆରମ୍ଭ ହେବାକୁ ଯାଉଛି ନକ ଆଉଟ୍ ଟି-୧୦ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା।

Advertisment

ରଜ କପ୍–୨୦୨୩ରେ ୧୦ ଓଭର୍ ବିଶିଷ୍ଟ ଦିନ ରାତି ମ୍ୟାଚରେ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଖୋର୍ଦ୍ଧା, କଟକ, ପୁରୀ ଏବଂ ଅନ୍ୟାନ୍ୟ ଜିଲ୍ଲାର ପ୍ରାୟ ୨୪ ଦଳ ଏଥିରେ ଅଂଶଗ୍ରହଣ କରିବେ। ସବୁଠାରୁ ବଡ଼ କଥା ହେଲା ଖେଳରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ମାଗଣା ପ୍ରବେଶ ସହ ସମସ୍ତ ସୁବିଧା ବ୍ୟତୀତ ଚାମ୍ପିଅନ ଦଳକୁ ଟ୍ରଫି ସହିତ ୧ ଲକ୍ଷ, ଉପବିଜେତା ଦଳକୁ ଟ୍ରଫି ସହ ୬୦ ହଜାର୍ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ସୋମବାର ସାମ୍ୱାଦିକ ସମ୍ମିଳନୀରେ ଗୋପବନ୍ଧୁ କ୍ରିକେଟ କ୍ଳବ୍ ପକ୍ଷରୁ ସମସ୍ତ ବିବରଣୀ ଦିଆଯାଇଛି। ଏହା ଛଡ଼ା ଭୁବନେଶ୍ୱର ବା ଓଡ଼ିଶା ପାଇଁ ପ୍ରଥମ ଥର ନିମନ୍ତେ ଫ୍ରି ଏଣ୍ଟ୍ରି ରହିଥିବା ବେଳେ ଖେଳାଳି ଓ କ୍ରିକେଟ ପ୍ରେମୀଙ୍କୁ ଉତ୍ସାହିତ ପାଇଁ ଏଭଳି ପ୍ରୟାସ କରାଯାଉଥିବା କଥା କହିଛନ୍ତ କବ୍ଳ ସମ୍ପାଦକ । ସେପଟେ ଓଡିଶାର ଓଡ଼ିଆଙ୍କ ବିରାଟ ପର୍ବ ରଜରେ ବିଭିନ୍ନ ଜିଲ୍ଲାର ଖେଳାଳିଙ୍କୁ ନେଇ ଭାଇଚାରା ସୃଷ୍ଟି ପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଛି। ଜୁନ୧୦ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ ୧୪ ପହିଲି ରଜରେ ଫାଇନାଲ ମୁକାବିଲା ହେବ।