କେନ୍ଦୁଝର ଜିଲ୍ଲାରେ ଏଥର ପାଳନ ହେବ ନାହିଁ ରଜ

କେନ୍ଦୁଝର: କରୋନା ଭାଇରସ ପାଇଁ ଏଥର କେନ୍ଦୁଝର ଜିଲ୍ଲାରେ ରଜ ପାଳନ ହେବ ନାହିଁ। ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଆଶିଷ ଠାକରେ କଟକଣା ଜାରି କରିଛନ୍ତି। ଫଳରେ ଆସନ୍ତାକାଲି ଠାରୁ କଟକଣା ଲାଗୁ ହେବ। ଏହା ଆଗାମୀ ୧୬ ତାରିଖ ଯାଏଁ ଜାରି ରହିବ। ଜିଲ୍ଲାରେ ରଜ ଦୋଳି, ରଜ ଖେଳ ଓ ରଜ ମହୋତ୍ସବ ପାଳନ ହୋଇପାରିବ ନାହିଁ। ସେହିପରି ଜିଲ୍ଲାରେ ସକାଳ ୭ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲିବ।

ସମ୍ବନ୍ଧିତ ଖବର