ରାଜା ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ପରଲୋକ

ବାଙ୍କୀ : ବୀରାରାଣୀ ଶୁକଦେଈଙ୍କ ଦାୟାଦ ତଥା ବାଙ୍କୀଗଡର ରାଜା ସାହେବ ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କର ଗତ ୨୬ ତାରିଖ ଶନିବାର ପୂର୍ବାହ୍ନରେ ବାଙ୍କୀଗଡସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ା ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନଧରି ଅସୁସ୍ଥ ହୋଇ ଚିକିତ୍ସ‌ାଧୀନ ଥିଲେ ା କିଛିଦିନ ତଳେ କଟକରେ ଚିକିତ୍ସିତ ‌ହୋଇ ସେ ନିଜ ବାସଭବନକୁ ଆସିଥିଲେ ା ଶନିବାର ପୂର୍ବାହ୍ନରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିଲାା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ପରେ ଦିବଂଗତ ରାଜାଙ୍କୁ ତାଙ୍କ ନିଜ ବାସଭବନକୁ ନିଆଯାଇଥିଲାା ରାଜ ପରମ୍ପରା ଅନୁସାରେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଗାମାଧବ ଟିକାୟତଙ୍କୁ କୁଳ ପୁରୋହିତ ଅଭିଷେକ କରାଇଥିଲେ। ଏହାପରେ ଏକ ଭବ୍ୟ ଶୋଭାଯାତ୍ରାରେ ଦିବଂଗତ ରାଜାଙ୍କୁ ବାଙ୍କୀ ସହର ପରିକ୍ରମା କରାଯାଇ ଶୋକାକୁଳ ପରିବେଶରେ ରାଜ ପରିବାରର ନିଜସ୍ବ ଶ୍ମଶାନ ବାଙ୍କୀଗଡ ସ୍ଥିତ କମଳାବାଗ ଠାରେ ଶେଷକୃତ୍ୟ କରାଯାଇଥିଲା ା ତାଙ୍କର ଦ୍ବିତୀୟ ପୁତ୍ର ଶୁଭେନ୍ଦୁ ଚନ୍ଦ୍ର ଦେଓ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର