ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

ଭୁବନେଶ୍ବର : ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ ଷୋଡ଼ଶ ବିଧାନସଭାର ଉପବାଚସ୍ପତି ହେବେ। ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସିଂହଙ୍କୁ ବିଜେଡି ତରଫରୁ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେହିପରି ବିଜେଡିର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ମନ୍ତ୍ରୀ ଶୂନ୍ୟ ଯାଜପୁର ଜିଲ୍ଲା ଭାଗରେ ଉଭୟ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦବି ପଡିଛି। ପୂର୍ବରୁ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚେତକ ଭାବେ ନିଯୁକ୍ତି େଦଇଥିଲେ। ଅନୁଗୁଳ ଜିଲ୍ଲାକୁ ମନ୍ତ୍ରୀ ପଦବି ମିଳିନଥିଲା। ୧୯୩୭ ମସିହାରେ ନନ୍ଦ କିଶୋର ଦାସ ବିଧାନସଭାର ପ୍ରଥମ ଉପବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ଷୋଡ଼ଶ ବିଧାନସଭାର ଶ୍ରୀ ସିଂହ ୨୦ତମ ଉପବାଚସ୍ପତି ଭାବେ ନିର୍ବାଚିତ ହେବେ।

ସମ୍ବନ୍ଧିତ ଖବର