ସମ୍ବଲପୁର : ବୁଧବାର ଦଶହରା ପୂର୍ଣ୍ଣମୀ ଅବସରରେ ମା’ ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି। ଗତ ମହାଳୟା ଦିନ ଧବଳମୁଖୀ ବେଶ ଧାରଣ କରିଥିବା ମା’ ଜଗତ୍ଜନନୀ କୁମାର ପୂର୍ଣିମା ଅବସରରେ ପାର୍ବଣ ଋତୁର ଶେଷ ବେଶ ଭାବେ ରାଜରାଜେଶ୍ବରୀ ରୂପରେ ଭକ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଛନ୍ତି। ଏହାକୁ ମାଆଙ୍କ ମହାରାଣୀ ବେଶ ବି କୁହାଯାଏ।
ବୁଧବାର ଅପରାହ୍ଣରେ ମନ୍ଦିରର ପୂଜକମାନେ ମା’ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଆଳତି କରା ଯାଇଥିଲା। ଅପରାହ୍ଣ ୪ଟା ପରେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଏହି ବେଶ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏହାବ୍ୟତୀତ ବୁଧବାର କୁମାର ପୂର୍ଣମୀ ଅବସରରେ ସମଲେଶ୍ବରୀ ମନ୍ଦିରରେ ନୂତନ ଧ୍ବଜାରୋହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ୯ଟାରେ ନୂଆ ଧ୍ବଜାକୁ ପୂଜା କରାଯିବା ପରେ ଏହାକୁ ମନ୍ଦିର ଚୂଡ଼ାରେ ବନ୍ଧା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sbp2-f.jpg)