ଭୁବନେଶ୍ବର : ଜାନୁଆରି ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜଧାନୀ ପୁସ୍ତକମେଳା। ୧୯ ବର୍ଷରେ ପଦାର୍ପଣ କରୁଥିବା ଏହି ମେଳାରେ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ହରିୟାନା, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଭଳି ୧୫ଟି ରାଜ୍ୟର ୪୦ଟି ଜଣାଶୁଣା ପୁସ୍ତକ ପ୍ରକାଶକ, ବିତରକ ଓ ବିକ୍ରେତା ଅଂଶଗ୍ରହଣ କରିବେ। ବିଭନ୍ନ ଭାଷାର ପୁସ୍ତକ, ଧର୍ମପୁସ୍ତକ, ସୂଚନା ପୁସ୍ତକ, ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଯୋଗୀ ପୁସ୍ତକ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସହାୟକ ପୁସ୍ତକ ଏବଂ ପୁସ୍ତକ ସିଡି ଉପଲବ୍ଧ ହେବ। ଏଥିସହ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଷ୍ଟଲ୍ ଖୋଲିବ। ପ୍ରତି ସନ୍ଧ୍ୟାରେ ଆଲୋଚନାଚକ୍ର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦ୍ଯାପନୀ ସନ୍ଧ୍ୟାରେ ୧୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ଏହି ସଂକ୍ରାନ୍ତରେ ଆୟୋଜନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁସ୍ତକମେଳା କମିଟିର ସଭାପତି ଡ.ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜିତ ବୈଠକରେ ପ୍ରଥମେ କମିଟିର ସଂଯୋଜକ ତଥା ଲେଖକ କାଳୀପ୍ରସାଦ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ, କାର୍ଯ୍ୟକାରୀ ସଦସ୍ୟ ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ଓ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଜାନୁଆରି ୫ରୁ ରାଜଧାନୀ ପୁସ୍ତକ ମେଳା
/sambad/media/post_attachments/wp-content/uploads/2018/12/book.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)