ରାଜେନ୍ଦ୍ର ଆଲୁମ୍ନି ୱେବିନାର୍‌ ଆଜି

‘କ୍ବାଣ୍ଟିଟି, କ୍ବାଲିଟି ଆଣ୍ଡ୍ ଇକ୍ବିଟି ଇନ୍ ହାୟର୍ ଏଜୁକେସନ୍ ଶୀର୍ଷକ ଭର୍ଚୁଆଲ୍ ଆଲୋଚନାଚକ୍ର

ବଲାଙ୍ଗୀର : ୧୭ ଅକ୍ଟୋବର ରବିବାର ପୂର୍ବାହ୍ଣ ୧୦.୩୦ରେ ରାଜେନ୍ଦ୍ର ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ ଆନୁକୂଲ୍ୟରେ ‘କ୍ବାଣ୍ଟିଟି, କ୍ବାଲିଟି ଆଣ୍ଡ୍ ଇକ୍ବିଟି ଇନ୍ ହାୟର୍ ଏଜୁକେସନ୍ ଶୀର୍ଷକ ଏକ ଭର୍ଚୁଆଲ୍ ଆଲୋଚନାଚକ୍ର ଆୟୋଜିତ ହେଉଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ।

ଆଲୁମ୍ନି ସଭାପତି ପ୍ରଫେସର ଅଭିମନ୍ୟୁ ମିଶ୍ରଙ୍କ ପୌରୋହିତ୍ୟରେ ହେବାକୁ ଥିବା ଏହି ୱେବିନାର୍‌ରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ସଦର ବିଧାୟକ ନରସିଂହ ମିଶ୍ର, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, କୁଳସଚିବ ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିବେ। ପଶ୍ଚିମ ଓଡ଼ିଶାର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ, ଏବର ଆଗ୍ରହୀ ଛାତ୍ରଛାତ୍ରୀ, ବିଶ୍ବବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ- ଅଧ୍ୟାପିକା ଯୋଗଦେବା ପାଇଁ ସଂଘ ତରଫରୁ ସାଧାରଣ ସଂପାଦକ ଅରବିନ୍ଦ ଦାସ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜେନ୍ଦ୍ର ମହାବିଦ୍ୟାଳୟ ହଲ୍‌ ନଂ୫କୁ ପ୍ରତ୍ୟକ୍ଷ ଭାବେ ଆସିପାରିବେ କିମ୍ବା ଜୁମ୍‌ ଭର୍ଚୁଆଲ ସମାବେଶରେ https://zoom.us/j/7323577019?pwd=QlZHVUhEMndRODVUeGhvVW84dTN2Zz09 ଲିଙ୍କ୍‌କୁ ଲଗ୍‌ଅନ୍‌ କରି ୱେବିନାର୍‌ରେ ଯୋଗଦେଇପାରିବେ। ଜୁମ ଭର୍ଚୁଆଲ ସମାବେଶର ମିଟିଂ ଆଇଡି  ‘732 357 7019 ଏବଂ ପାସ୍‌ୱାର୍ଡ  ‘alumni ମଧ୍ୟ ବ୍ୟବହାର କରି ଯୋଗଦେଇପାରିବେ।

ସମ୍ବନ୍ଧିତ ଖବର