ବଲାଙ୍ଗୀର : ବଲାଙ୍ଗୀର ରାଜେନ୍ଦ୍ର କଲେଜର ଚୌକିଦାରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ବିଳମ୍ୱିତ ରାତିରେ ବଲାଙ୍ଗୀର ସହର ଦୁର୍ଗାମନ୍ଦିର ସାମ୍ନାରେ କଲେଜର ଚୌକିଦାର ଶିବାଶିଷ ନାଏକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ନେଇ ଖବର ପାଇଥିଲା ପୁଲିସ। ଟାଉନ ଥାନା ପୁଲିସର ପିସିଆର୍ ଟିମ୍ ଘଟଣା ସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିଥିଲା। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି। ଶିବାଶିଷଙ୍କ ଘର ବଲାଙ୍ଗୀର ସହର ରାମେଶ୍ୱର ନଗରପଡ଼ା। ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହୁଛି।
ରାଜେନ୍ଦ୍ର କଲେଜ ଚୌକିଦାରଙ୍କ ରକ୍ତାକ୍ତ ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/11/rajedra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)