ଭୁବନେଶ୍ବର : ପଶ୍ଚିମ ରାଜ୍ୟ ସରକାର ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି। ନିକଟରେ ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଖୁବ୍ ଶିଘ୍ର ଏ ନେଇ ଶନିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ତଥ୍ୟାଭିଜ୍ଞ ମହଲକୁ ଆନନ୍ଦିତ କରିଛି। ୧୯୮୯ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମର ଧାରା ୫ ଅନ୍ତର୍ଗତ ୩୨ ଉପଧାରାର ୧ ଓ ୨ ସୂଚୀ ବଳରେ ରାଜ୍ୟ ସରକାର ପାଇଥିବା କ୍ଷମତା ମୂଳେ ଏହି ନିେର୍ଦ୍ଦଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠିଙ୍କ ଦ୍ବାରା ୫୬୭୬ ନମ୍ବର ଚିଠି ମୂଳେ ସରକାର ମୂଳ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିସରରେ ଆବଶ୍ୟକ ପରିବର୍ତ୍ତନ କରି ଏହି ନୂତନ ବିଶ୍ବବିଦ୍ୟାଳୟ ଗଠନ କରିଥିବା ଜଣାଇଛନ୍ତି। ଏହି ନିର୍ଦ୍ଦେଶନାମା ମଧ୍ୟ ତୁରନ୍ତ ୨ ମାର୍ଚ୍ଚ ୨୦୧୯ ଶନିବାରଠାରୁ କାର୍ଯ୍ୟକାରୀ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୧୯୪୪ ଜୁଲାଇ ୩ ତାରିଖରେ ତଦାନୀନ୍ତନ ପାଟଣା ଗଡ଼ଜାତ ରାଜ୍ୟର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ବାରା ସ୍ଥାପିତ ଏହି କଲେଜ ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଲେଜର ମାନ୍ୟତା ପାଇଥିଲା। ରାଜେନ୍ଦ୍ର କଲେଜ ମଧ୍ୟ ବାଣିଜ୍ୟ ଶିକ୍ଷାଦାନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଥିଲା। ୧୯୭୮ ମସିହାରେ ଏହି କଲେଜରେ ସ୍ନାତକୋତ୍ତର ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏବେ ମୋଟ ୧୩ଟି ବିଷୟରେ ପିଜି ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ସେଥିରୁ ୭ଟିରେ ଏମ୍.ଫିଲ୍ ପାଠ୍ୟକ୍ରମ ରହିଛି। ୩୦ ମେ ୨୦୧୫ରୁ ଗଙ୍ଗାଧର ମେହେର କଲେଜକୁ ବିଶ୍ବବିଦ୍ୟାଳୟ ମର୍ଯ୍ୟାଦା ମିଳିସାରିଥିବା ବେଳେ ରାଜେନ୍ଦ୍ର କଲେଜ ପାଇଁ ମଧ୍ୟ ଅନୁରୂପ ଦାବି ହୋଇ ଆସୁଥିଲା। ଶେଷେର ଆସନ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହାକୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/rajendra-c-f.jpg)