କଟକ : ପ୍ରସିଦ୍ଧ କବି ଡକ୍ଟର ରାଜେନ୍ଦ୍ର କିଶୋର ପଂଡା ୨୦୨୦ ମସିହାର ମର୍ଯ୍ୟାଦାଜନକ ସାରଳା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଅପରାହ୍ନ ୫ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏହାର ୪୦ତମ ବାର୍ଷିକ ସମାରୋହରେ ଡକ୍ଟର ପଂଡାଙ୍କୁ ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ ସମ୍ମାନିତ କରିବେ। ଏହି ସମ୍ମାନ ସ୍ବରୂପ ୧ଲକ୍ଷ ୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ଦିଆଯିବ ବୋଲି ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ୧୯୪୪ ମସିହା ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ାରେ ଜନ୍ମ ହୋଇଥିବା ଡକ୍ଟର ପଂଡାଙ୍କ କୃତି ମଧ୍ୟରେ ଗୌଣଦେବତା, ଶତଦ୍ରୁ ଅନେକ, ଶେଳକଳ୍ପ, ବ୍ରହ୍ମବ୍ରୀହି, ଚିଦାଭାସ, ଅନ୍ୟା, ବ୍ରହ୍ମାରମ୍ଭେ ଇଶା ଖେଳ ପ୍ରଭୃତି ଉଲ୍ଲେଖନୀୟ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ମର୍ଯ୍ୟାଦାଜନକ ପୁରସ୍କାର ସମ୍ମାନ ପାଇଛନ୍ତି। ଶ୍ରୀ ପଂଡା ହେଉଛନ୍ତି ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।
ରାଜେନ୍ଦ୍ର କିଶୋର ପଣ୍ଡା ପାଇବେ ସାରଳା ସମ୍ମାନ
/sambad/media/post_attachments/wp-content/uploads/2020/11/Sarala-Award-1280x720-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)