ରାଜେନ୍ଦ୍ର ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ, ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ

ଖୁବ୍ ଶୀଘ୍ର ଇନଚାର୍ଜ ଡିଜିପି ନିଯୁକ୍ତି

ଭୁବନେଶ୍ବର: ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଆଜି େଲାକାୟୁକ୍ତ ସଦସ୍ୟ ଭାେବ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତ ଫାଇଲକୁ ରାଜ୍ୟପାଳ ଅନୁେମାଦନ କରିବା ପରେ ସରକାର େଗଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ଡାକ୍ତର ଶର୍ମା ଆଜିଠାରୁ ସରକାରୀ ଚାକିରିରୁ େସ୍ବଚ୍ଛାକୃତ ଅବସର େନବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ଆଜି ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟରେ ଏହି ଆବେଦନ ପହଞ୍ଚିଛି। ଦିେନ ଦୁଇ ଦିନ ମଧ୍ୟରେ ଆବଶ୍ୟକ ସରକାରୀ ପ୍ରକ୍ରିୟା ଚୂଡାନ୍ତ ପରେ ଏ ଫାଇଲକୁ ମୁଖ୍ୟମନ୍ତ୍ରୀ ଅନୁେମାଦନ ଦେବେ। ଏହା ପରେ ନୂଆ ଡିଜିପି ନିଯୁକ୍ତି ରାସ୍ତା େଖାଲିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଇନଚାର୍ଜ ଡିଜିପି ଭାବେ ଜଣକୁ ନିଯୁକ୍ତି ଦେବାକୁ ବିଚାର କରୁଛନ୍ତି। ନିୟମିତ ଡିଜିପି ନିଯୁକ୍ତି ଯାଏ ସେ ଏ ଦାୟିତ୍ବରେ ରହିବେ। େକନ୍ଦ୍ର ସରକାରଙ୍କୁ ଖୁବ୍ ଶୀଘ୍ର ବରିଷ୍ଠ ଅଫିସରଙ୍କ ତାଲିକା ପଠାଯିବ େବାଲି ସୂଚନା ମିଳିଛି। ତେବେ ପୂର୍ବଭଳି ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କୁ ଇନ ଚାର୍ଜ ଡିଜିପି ରଖାଯିବ ନା ବରିଷ୍ଠ ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିେର୍ଦଶକ ସୁନୀଲ ରାୟଙ୍କୁ ସରକାର ଏହି ଦାୟିତ୍ବରେ ରଖିବେ, ତାହା ଉପରୁ ରହସ୍ୟ ଉଠିନାହିଁ। କିନ୍ତୁ ଶ୍ରୀ ରାୟଙ୍କ ନାମକୁ େନଇ ଚର୍ଚ୍ଚା େଜାର ଧରିଛି।

ସମ୍ବନ୍ଧିତ ଖବର