ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି, ରାଜା ହେଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ରା‌ଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଋକ୍ମିଣୀ ହରଣ ଏକାଦଶୀ। ରାଜକନ୍ୟା ଋକ୍ମିଣୀଙ୍କୁ ମହାପ୍ରଭୁ ବିବାହ କରିବେ। ରାଜକନ୍ୟାଙ୍କୁ ବିବାହ ପୂର୍ବରୁ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରାଭିଷେକ ନୀତି ପାଳିତ ହୋଇଥାଏ। ଆଜି ସଂଧ୍ୟାଧୂପ ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ଖଟ ଉପରେ ବିଜେ ହୋଇଥିଲେ। ଏହା ପରେ ଭିତରଶୋଧ ହୋଇ ଜୟବିଜୟ ଦ୍ବାର ବନ୍ଦ କରାଯାଇଥିଲା। ପରେ ଠାକୁରମାନଙ୍କ ଆଲଟଲାଗି କରାଯାଇଥିଲା। ଏହାପରେ ଜଣେ ଡଗର ଆସି ମଦନମୋହନଙ୍କଠାରେ ଋକ୍ମିଣୀଙ୍କ ବିବାହ ପ୍ରସ୍ତାବ ଦେବା ସହ ରାଜେନ୍ଦ୍ରାଭି‌େ‌ଷକ ହେବା ପାଇଁ ଜଣାଇଥିଲେ। ଅଭ‌ିଷେକ ବଢ଼ିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ସୂଚନାଥାଉକି, ଶ୍ରୀକୃଷ୍ଣଙ୍କ ସହ ଋକ୍ମିଣୀଙ୍କ ବିବାହ ପୂର୍ବରୁ ଶ୍ରୀକୃଷ୍ଣଙ୍କ ରାଜାଭିଷେକ କରାଯାଇଥିଲା

ସମ୍ବନ୍ଧିତ ଖବର