ରାଜେଶ ବର୍ମା ହେଲେ ରାଷ୍ଟ୍ରପତିଙ୍କ ସଚିବ

ଭୁବନେଶ୍ବର : କର୍ପୋରେଟ୍ ଆଫାୟର୍ସ ମନ୍ତ୍ରଣାଳୟର ସଚିବ ତଥା ଓଡ଼ିଶା କ୍ୟାଡରର ଆଇଏଏସ୍‌ ରାଜେଶ ବର୍ମାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି। ଏନେଇ ଗୁରୁବାର ଦିନ ନିଯୁକ୍ତି ସଂକ୍ରା‌ନ୍ତୀୟ କ୍ୟାବିନେଟ୍‌ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ବର୍ମା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର