ନନ୍ଦନକାନନର ପ୍ରାଣୀବିଜ୍ଞାନୀ ରାଜେଶ ମହାପାତ୍ରଙ୍କୁ ମିଳିଲା ‘ପ୍ରାଣୀମିତ୍ର’ ସମ୍ମାନ

ନୂଆଦିଲ୍ଲୀ: ନନ୍ଦନକାନନରେ ଅବସ୍ଥାପିତ ପ୍ରାଣୀବିଜ୍ଞାନୀ ଡ.ରାଜେଶ କୁମାର ମହାପାତ୍ରଙ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ‘ପ୍ରାଣୀମିତ୍ର’ ସମ୍ମାନରେ ପୁରସ୍କୃତ କରିଛନ୍ତି।

ଭର୍ଚୁଆଲ କାର୍ଯ୍ୟକ୍ରମ ଅର୍ନ୍ତଗତ ରାଜେଶ ମହାପାତ୍ରଙ୍କୁ ପ୍ରାଣୀବିଜ୍ଞାନୀ/ଶିକ୍ଷାବିତ ବିଭାଗରେ ପ୍ରାଣୀମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୨ରୁ ରାଜେଶ ମହାପାତ୍ର ନନ୍ଦନକାନନରେ ପ୍ରାଣୀବିଜ୍ଞାନୀ ରୂପେ କାର୍ଯ୍ୟ କରି ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ୪ଟି ବିଭାଗରେ ପ୍ରାଣୀମିତ୍ର ପୁରସ୍କାରରେ  ସମ୍ମାନିତ ପ୍ରାଣୀବିଜ୍ଞାନୀ ଓ ଅଧିକାରୀଙ୍କୁ ଚିଡ଼ିଆଖାନା ରକ୍ଷଣାବେକ୍ଷଣରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର