ୟୁନାଇଟେଡ୍‌ ବିପିୟୁଟି ଛାତ୍ରସଂଘର ନୂଆ ସଭାପତି ଭାବେ ରାଜେଶ ପାଣି ମନୋନୀତ

ଭୁବନେଶ୍ବର : ୟୁନାଇଟେଡ୍‌ ବିପିୟୁଟି ଛାତ୍ରସଂଘର ସଭାପତି ଭାବେ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜ ଛାତ୍ର ରାଜେଶ ପାଣି ମନୋନୀତ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ସଂଘ ତା’ର ସାଙ୍ଗଠନିକ ଦଳ ଘୋଷଣା କରିବ ବୋଲି ସଂଘ ପରିଚାଳନା କମିଟି ମୁଖ୍ୟ ତଥା ବିଜୁ ଛାତ୍ରଜନତା ଦଳର ସାଙ୍ଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ପଣ୍ଡା ସୂଚନା ଦେଇଛନ୍ତି।

ଛାତ୍ରସଂଘର ଉପଦେଷ୍ଟା ତଥା ବିଜୁ ଛାତ୍ରଜନତା ଦଳର ସଭାପତି ରାଣାପ୍ରତାପ ପାତ୍ର, ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରୀ ସଭାପତି ଦେବୀରଂଜନ ତ୍ରିପାଠୀ ଏବଂ ରାଜ୍ୟ ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ମନୋନୟନ ହୋଇଥିଲା ବୋଲି ସଂଘର ପୂର୍ବତନ ସଭାପତି ସୁମନ କୁମାର ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର