ଘୁ.ଉଦୟଗିରି: ଏକବିଂଶ ଶତାବ୍ଦୀର ୫-ଜି ଯୁଗରେ ମାନବ ସମାଜ ନିଜର ବହୁବିଧ ବିକାଶ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକଳାପ କରି ଚାଲିଛି । ବିକାଶ ନାମରେ ପ୍ରକୃତିର ବିନାଶ ଜାରି ରହିଥିବା ଯୋଗୁ ଘରଚଟିଆ ଏବଂ ବାଇଚଢେଇଙ୍କର ସଂଖ୍ୟା ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ଆଧୁନିକ ଯୁଗର ପ୍ରଭାବରେ ଗାଁ ଗୁଡ଼ିକ ସହର ସହ ତାଳ ଦେଇ ବିକଶିତ ହେବାରେ ଲାଗିଛି ।
ପୂର୍ବଭଳି ଗାଁ ଗହଳିରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁ ନାହିଁ । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଜଙ୍ଗଲକୁ ସଫା କରି ତା ବଦଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି । ଯାହା ଫଳରେ ଘରଚଟିଆ ଏବଂ ବାଇଚଢେଇ ସେମାନଙ୍କ ବାସସ୍ଥାନକୁ ହରାଇ ବସୁଛନ୍ତି ।
ବୃକ୍ଷରୋପଣ ନାଁରେ ଯେଉଁ ଚାରା ରୋପଣ କରାଯାଉଛି ତାହା ଘରଚଟିଆ ଏବଂ ବାଇଚଢେଇମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଚିହ୍ନା । ସେଥିପାଇଁ ଘରଚଟିଆ ଏବଂ ବାଇଚଢେଇ ସେଠାରେ ତାଙ୍କର ବସା ବାନ୍ଧି ପାରୁନାହାନ୍ତି । ଏହା ବ୍ୟତୀତ ପରିବେଶ ପ୍ରଦୂଷଣ ସହିତ ମୋବାଇଲ୍ ଟାୱାର୍ରୁ ସୃଷ୍ଟି ହେଉଥିବା ତରଙ୍ଗ ଶକ୍ତିର ପ୍ରଭାବରେ ଘରଚଟିଆମାନେ ମୃତ୍ୟୁବରଣ କରୁଛନ୍ତି ।
ଘରଚଟିଆ ଏବଂ ବାଇଚଢେଇମାନଙ୍କର ବିଲୁପ୍ତ ହେଉଥିବା ଘଟଣାକୁ ହୃଦବୋଧ କରି କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଳକ୍ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ, ଘରଚଟିଆ ଏବଂ ବାଇଚଢେଇ ମାନଙ୍କର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ଦୀର୍ଘ ବର୍ଷ ଧରି ହେବ କାର୍ଯ୍ୟ କରି ଆସୁଛନ୍ତି।
ବର୍ତ୍ତମାନ ରାଜେଶ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ଗବେଷଣା କରୁଛନ୍ତି । ସେ ନିଜ ଗାଁରେ ଥିବା ବିଭିନ୍ନ ଘର ଗୁଡ଼ିକର କାନ୍ଥ ଗୁଡ଼ିକରେ ଘରଚଟିଆ ବସା ସ୍ଥାପନ କରିବା ସହିତ ସେମାନଙ୍କ ଖାଇବା ପାଇଁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ବସାଗୁଡ଼ିକରେ ଘରଚଟିଆମାନେ ସୁରକ୍ଷିତ ଭାବେ ରହୁଛନ୍ତି । ଏହା ବ୍ୟତୀତ ନିଜ ଗାଁରେ ଥିବା ନଡ଼ିଆ ଗଛ ଏବଂ ଖଜୁରୀ ଗଛ ଗୁଡ଼ିକର ସଂରକ୍ଷଣ କରାଯାଉଥିବା ଯୋଗୁ ସେସବୁ ଗଛ ଗୁଡ଼ିକର ବାଇଚଢେଇମାନେ ବସା ବାନ୍ଧି ରହିବା ସହିତ ବଂଶ ବିସ୍ତାର କରି ପାରୁଛନ୍ତି ।
ଅଧିକ ପଢ଼ନ୍ତୁ: ୩ ଡିସେମ୍ବର ୧୯୯୮ରୁ ୨୦ ଫେବ୍ରୁୟାରୀ ୨୦୨୫: ୨୭ ବର୍ଷ ପରେ ଦିଲ୍ଲୀ ବିଜେପି ସରକାରରେ ପୁନଶ୍ଚ ମହିଳା ମୁଖ୍ୟମନ୍ତ୍ରୀ
ଖରିଫ ଋତୁରେ ରାଜେଶ ଧାନ ଅମଳ ପାଇଁ ଧାନ କଳେଇକୁ ଗଦା କରି ନିଜ ଖଳାରେ ରଖିଥିଲେ ସେଥିମଧ୍ୟରୁ ପାଖାପାଖି ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନକୁ ଘରଚଟିଆ ଏବଂ ବାଇଚଢେଇମାନେ ଖାଇଥିଲେ । ରାଜେଶଙ୍କ ଏହି ଭଳି ନିଆରା ଉଦ୍ୟମ ଯୋଗୁ ବର୍ତ୍ତମାନ ଗଟାମାହା ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ବ ଘରଚଟିଆ ଏବଂ ୩୦୦ରୁ ଉର୍ଦ୍ଧ୍ବ ସଂଖ୍ୟକ ବାଇଚଢେଇ ରହୁଛନ୍ତି ।
ଉଭୟ ଘରଚଟିଆ ଏବଂ ବାଇଚଢେଇମାନଙ୍କ ପାଇଁ ଗଟାମାହା ଗ୍ରାମ ପରିବେଶ ଅନୁକୂଳ ଥିବା ଯୋଗୁ ସେମାନେ ସୁରକ୍ଷିତ ଭାବେ ରହିବା ସହିତ ବଂଶ ବୃଦ୍ଧି କରିପାରୁଛନ୍ତି । ଆଗକୁ ଘରଚଟିଆମାନଙ୍କର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ନିଜ ଗାଁରେ ୨୦୦ ରୁ ଉର୍ଦ୍ଧ୍ବ ଘରଚଟିଆ ବସା ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଥିବା କଥା ରାଜେଶ କହିଛନ୍ତି ।
ଅଧିକ ପଢ଼ନ୍ତୁ: ମା’କୁ ଘରେ ବନ୍ଦୀକରି ମହାକୁମ୍ଭକୁ ସଙ୍ଗମ ସ୍ନାନ ପାଇଁ ଚାଲିଗଲା ପୁଅ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/20/gIhjYl6ERL1phYywMw4o.jpg)