ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୯ତମ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ସକାଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ନେତୃବୃନ୍ଦ ରାଜୀବ ଭବନ ଓ କଂଗ୍ରେସ ଭବନଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ଭୂଜବଳ ମାଝୀ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ଜ୍ୟୋତିଷ ସାହୁ, ରଣଜିତ ଦାଶ, ବିଧୁଭୂଷଣ ତ୍ରିପାଠୀ, ବାଙ୍କନିଧି ବେହେରା, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଶ୍ରେୟାସ୍ମିତା ପଣ୍ଡା, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ଜୟକୃଷ୍ଣ ମଲ୍ଲିଆ, ସୁଧାଂଶୁ ମହାନ୍ତି, ମିହିର ଆଚାର୍ଯ୍ୟ, ନରୋତ୍ତମ ନାୟକ, ପ୍ରଦୀପ ମହାପାତ୍ର, ପ୍ରଭାସ କର ମହାପାତ୍ର, ମୋତି କୈବର୍ତ, ସବିର ହୁସେନ, ଇନ୍ଦ୍ରମୋହନ ପଣ୍ଡା, ଏମ୍.ଡି ଶାହାଦୁଲ୍ଲା, ଭାସ୍କର ସେଠୀ, ଅଜୟ ସାହୁ, ଶଙ୍କୁନା କହଁର, ପ୍ରଭାତ ପ୍ରତାପ ସିଂହ, ସଂଜୟ ମିଶ୍ର, ଆଲୋକ ମହାନ୍ତି, ସୁବାସ ପ୍ରଧାନ, ଖଗେଶ୍ୱର ମଲ୍ଲିକ, ପ୍ରସନ୍ନ ପାଇକରାୟ, ଦେବେନ୍ଦ୍ର ଦାସ ଓ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/56465465fhfhffhfhs.jpg)