ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା

ଭୁବନେଶ୍ବର: ଆଜି ଶସକ ବିଜୁ ଜନତା ଦଳ ଉଭୟ ତିର୍ତ୍ତୋଲ୍ ଓ ବାଲେଶ୍ବର ସଦର ଲାଗି ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି। ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରତିନ୍ଦ୍ବନ୍ଦ୍ବିତା କିପରି  ହେବ ଏହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଏହାରି ଭିତରେ ଜଗତସିଂହପୁର ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଦାଖଲ କରିଛନ୍ତି ରାଜକିଶୋର । ପ୍ରଥମେ ସେ ମାଆ ଶାରଳାଙ୍କ ପୀଠରେ ଦେବୀଙ୍କ ଆଶୀର୍ବାଦ ନେଇ ବିଜେପି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେ କହିଛନ୍ତି, ଏହି ଉପନିର୍ବ‌ାଚନରେ ବହୁ ସ୍ଥାନୀୟ ଓ ରାଜ୍ୟସ୍ତରୀୟ ପ୍ରସଙ୍ଗ ରହିଛି। ବହୁତ ଗୁଡ଼ିଏ ସମସ୍ୟା ବି ରହିଛି । ଯେଉଁମାନେ ବିଗତ ଦିନରେ ତିର୍ତ୍ତୋଲର ନେତୃତ୍ୱ ଧରିଥିଲେ କୌଣସି ସମସ୍ୟା ଗୃହରେ ଉଠାଇ ନାହାନ୍ତି । କୌଣସି ସ୍ଥାନରେ ଦାବି ଉଠାଇ ନାହାନ୍ତି । ତେବେ ମୁଁ ନିର୍ବାଚିତ ହେଲେ  ଶାରଳା ସୂତାକଳ ପୁଣି ଚାଲିବ । ଲୋକମାନେ ନିଯୁକ୍ତି ପାଇବେ । ଚାଷୀଙ୍କ ପାଇଁ ଜଳସେଚନ ଓ ନିଷ୍କାସନ ବ୍ୟବସ୍ଥା ହେବ । ରଘୁନାଥପୁରରେ ଶୀତଳ ଭଣ୍ଡାର କରିବି । ହଂସୁଆକୁ ଆଧୁନିକ ଜ୍ଞାନ କୌଶଳରେ କାର୍ଯ୍ୟ କରାଯିବ । ଚାଷୀଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ସେହିପରି ଯୁବକମାନଙ୍କୁ ରୋଜଗାର କିଭଳି ଯୋଗାଇ ଦିଆଯିବ ତାର ବ୍ୟବସ୍ଥା କରାଯିବ । 

ଆପଣ  ବିଜୟକୁ ନେଇ କେତେ ଦୂର ଆଶାବାଦୀ ଅଛନ୍ତି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଆମେ ଶତ ପ୍ରତିଶତ ଆଶାବାଦୀ । ନବୀନ ସରକାରର କୁଶାସନ ଚାଲିଛି । କୋଭିଡ୍ ପରିଚାଳନାରେ ସରକାର ଫେଲ୍ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ବନ୍ଦ କରୁଛନ୍ତି । ଲୋକମାନେ ତାତି କରି ଅଛନ୍ତି ବିଜେଡି ବିପକ୍ଷରେ ଏଥର ଭୋଟ୍ ଦେବେ । ତାଙ୍କ ଭିତରେ ଅର୍ନ୍ତଦ୍ୱନ୍ଦ ରହିଛି ତାର ଫାଇଦା ବିଜେପି ନେବ ।

ସମ୍ବନ୍ଧିତ ଖବର