ଗାଡ଼ି ତନଖି ବେଳେ ଉତ୍ତେଜନା: ରାଜମହଲ ଛକରେ ପୁଲିସ-ଜନତା ମୁହାମୁହିଁ; ଟ୍ରାଫିକ୍‌ ଠପ୍‌

ଭୁବନେଶ୍ୱର: ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ନୂତନ ଯାନବାହନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ବେଳେ ଏହି ଉତ୍ତେଜନା ଦେଖା ଦେଇଛି। ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍‌ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି। ପିସିଆର ଭ୍ୟାନ ଚଳାଉଥିବା ପୁଲିସ କର୍ମଚାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ, ଗାଡ଼ିର କାଗଜପତ୍ର ଠିକ୍‌ ଅଛି କି ନାହିଁ ତାହା ଦେଖାଇବା ଲାଗି ଜନତା ଦାବି କରୁଛନ୍ତି। ଲୋକମାନେ ପୁଲିସ ଚଢ଼ୁଥିବା ଗାଡ଼ିର କାଗଜପତ୍ର ଠିକ୍‌ ନାହିଁ ବୋଲି ଆଲୋଚନା କରିଛନ୍ତି।

ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏଥସହ ସରକାରୀ ବସ ଓ ଅନ୍ୟ ଗାଡ଼ିର କାଗଜପତ୍ର ଯାଞ୍ଚ ଲାଗି ମଧ୍ୟ ଲୋକେ ଅଡି ବସିଛନ୍ତି। ପୁଲିସ ପକ୍ଷରୁ ନୂଆ ଆଇନ ଆଳରେ ବିପୁଳ ପରିମାଣର ଫାଇନ୍‌ ଆଦାୟ କରାଯାଉଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର