ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରର ଶାରଦୀୟ ଦୁର୍ଗାପୂଜା ଗଣପର୍ବ ଭାବେ ପରିଚିତ। ରାଜନଗର ବ୍ଲକ ହେଡକ୍ୱାର୍ଟରରେ ଥିବା ଦେବୀଘରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଥାଏ। ଏହା ବ୍ରହ୍ମ ପୀଠ ହୋଇଥିବାରୁ ଏଠାରେ ହଜ଼ାର ହଜାର ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଥାନ୍ତି। ବିଶେଷକରି ମହାଷ୍ଟମୀରେ ବ୍ରତଧାରୀ ମହିଳାମାନେ ମା'ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଜମାଇଥାନ୍ତି। ମାତ୍ର ଚଳିତବର୍ଷ କାରୋନା ମହାମାରୀ ପାଇଁ ସରକାର କେବଳ ବିଧି ପାଳନ କରିବା ପାଇଁ ପରଦା ଭିତରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଛନ୍ତି।
/sambad/media/post_attachments/wp-content/uploads/2020/10/t-19.png)
ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ରାଜନଗର ଶାରଦୀୟ ଦୁର୍ଗାପୂଜା ପକ୍ଷରୁ ରାଜନଗର ଦେବୀଘରେ ମା'ଙ୍କ ଦର୍ଶନ ଉପରେ କଡ଼ା କଟକଣା ଜାରି କରାଯାଇଛି। ବ୍ରତଧାରୀ ମହିଳାମାନେ ଜଗତଜନନୀ ମା' ଦୁର୍ଗାଙ୍କ ଦର୍ଶନ କରି ନପାରି ରାସ୍ତା ଉପରେ ମା'ଙ୍କ ଉଦେଶ୍ୟରେ ଭୋଗ ଲଗାଇବା ସହିତ ଦୀପ, ଧୂପ ଅର୍ପଣ କରିଥିଲେ। ରାଜନଗର ଥାନାର ପୁଲିସ ଜଗିରହି ଲୋକଙ୍କୁ ଠାକୁରଙ୍କ ଦର୍ଶନ କରାଇ ଦେଇନଥିଲେ। ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରି ନପାରି ନିରାଶ ହୋଇ ୪ ଦିନ ହେଲା ଫେରୁଛନ୍ତି।
/sambad/media/post_attachments/wp-content/uploads/2020/10/t-18.png)
ମାତ୍ର ରାଜନଗର ଥାନା ଅଧୀନରେ ଥିବା ଈଶ୍ୱରପୁର, ଗୁପ୍ତି ଓ ଜୁନସୁନଗରଠାରେ କୌଣସି କଟକଣା ନଥିବା ଦେଖିବାକୁ ମିଳିଛି। ଜୁନୁସନଗରଠାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି। ମା'ଙ୍କ ପୂଜା ମଣ୍ଡପ ନିକଟରେ ଦୋକାନ ବଜାର ଖୋଲିଛି। ହଜାର ହଜାର ଶ୍ରଦ୍ଧାଳୁ ସେଠାରେ ଭିଡ଼ ଜମାଇବା ସହ ଠାକୁରଙ୍କ ଦର୍ଶନ କରୁଛନ୍ତି। ଅଧିକାଂଶ ଲୋକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି। ସେଠାରେ ଜଣେ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏପରି ଚାଲିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଥାନା ଅଧୀନରେ ଗୋଟିଏ ସ୍ଥାନରେ ମା'ଙ୍କୁ ଯେପରି କେହି ଦେଖିନପାରିବେ ସେଥିପାଇଁ ମନ୍ଦିର ସମ୍ମୁଖରେ କଳା ପାଲ ବାନ୍ଧି ଦିଆଯାଇଛି। ମାତ୍ର ଅନ୍ୟ ଏକ ସ୍ଥାନରେ ଖୁଲୁମଖୁଲା ଦୋକାନ ବଜାର ଖୋଲିବା ସହ ହଜାର ହଜାର ଲୋକଙ୍କ ସମାଗମକୁ ଅନୁମତି ଦିଆଯାଉଛି। ପୁଲିସର ଦୁଇ ପ୍ରକାର ଆଭିମୁଖ୍ୟ କେଉଁଠି କଠୋର ଓ କେଉଁଠି କୋହଳକୁ ସାଧାରଣରେ ନାପସନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-17.png)