ବିଜୁବାବୁଙ୍କ ମୂର୍ତି ଭଙ୍ଗାର ପ୍ରତିବାଦ; ରାଜନଗର ବନ୍ଦ

ରାଜନଗର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଭଙ୍ଗା ପ୍ରତିବାଦରେ ଆଜି ରାଜନଗରରେ ବନ୍ଦ ପାଳନ ହୋଇଛି। ୩ଦିନ ହେଲା ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ରାଜନଗରବାସୀଙ୍କ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଛି। ଗାଡି ମୋଟର ଚଳାଚଳ ବି ବନ୍ଦ ହୋଇଯାଇଛି। ସୂଚନାଯୋଗ୍ୟ ଯେ ୧୮ ତାରିଖ ଦିନ ରାତିରେ ବିଜୁ ସ୍ମୃତି ସଂସଦ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିକୁ ଭାଙ୍ଗି ଦିଆଯାଇଥିଲା।

ସମ୍ବନ୍ଧିତ ଖବର