ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ଅଭିଜ୍ଞ ରାଜନେତାଙ୍କୁ ଉପବାଚସ୍ପତି ପଦ ପାଇଁ ଚୟନ କରିଥିଲେ ନବୀନ । ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ ରହିସାରିଛନ୍ତି । ଉପବାଚସ୍ପତି ପଦର ମର୍ଯ୍ୟାଦା ରଖିବା ସହ ଦାୟିତ୍ୱ ସୂଚାରୁରୂପେ ତୁଲାଇବେ ବୋଲି ବିଜେଡ଼ି ସଭାପତି ରଜନୀକାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।