ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ‘ରାଜପ୍ରସାଦ ବିଜେ’ ନୀତି ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ବିଳମ୍ବିତ ରାତିରେ ଦଶମୂଳ ଲାଗି ପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରୁଥିବାରୁ ଦଇତାପତି ସେବକଙ୍କ ସହ ଅନ୍ୟମାନେ ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତ କରିବେ। ଦଇତାପତି, ପତି ମହାପାତ୍ର, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ବି ଶୋଭଯାତ୍ରା ସହକାରେ ଶ୍ରୀନଅରକୁ ରାଜପ୍ରସାଦ ନେଇ ଯିବେ।
ଶ୍ରୀନଅରକୁ ଆଜି ରାଜପ୍ରସାଦ ବିଜେ
/sambad/media/post_attachments/wp-content/uploads/2022/06/raj.jpg)