ଭୁବନେଶ୍ବର: ଗତ ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାଜୁ ଘିବେଲାଙ୍କୁ ବିଜେଡି ଗୁରୁଦାୟିତ୍ୱ ଦେଇଛି। ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ନୂଆ ଦାୟିତ୍ୱ ମିଳିଛି। ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା। ସେ ପ୍ରଥମେ ବିଜେପିରେ ଥିଲେ।
୨୦୧୯ରେ ରାଜୁ ଘିବେଲାଙ୍କ ନାମ ମଧ୍ୟ ଆଶାୟୀ ବିଜେପିର ପ୍ରାର୍ଥୀ ତାଲିକାରେ ଥିଲା। ମାତ୍ର ତାଙ୍କୁ ଦଳ ଟିକେଟ୍ ନ ଦେବାରୁ ସେ ବିଜେପି ଛାଡ଼ି ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ତାଙ୍କୁ ସାଢ଼େ ୪ ହଜାରରୁ ଅଧିକ ଭୋଟ୍ ବି ମିଳିଥିଲା। ତେବେ ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ରାଜୁଙ୍କୁ ଦଳରେ ସାମିଲ କରି ବିଜେଡି ପଦ୍ମପୁର ଲଢେଇରେ ନିଜକୁ ଶକ୍ତିଶାଳୀ କରିବାକୁ ଏଭଳି ପଦକ୍ଷେପ ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ଥିର ହୋଇଥିବା କିଛି ଦିନ ଆଗରୁ ଜଣାଯାଇଥିଲ। ଦଳ ପକ୍ଷରୁ କେବଳ ତାଙ୍କ ନାଁ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ସୁପାରିଶ କରାଯାଇଥିଲା।ଆଗାମୀ ୧୪ ତାରିଖରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ନିଜେ ଶ୍ରୀ ପୁରୋହିତ ଏବଂ ଦଳର ଅନ୍ୟ ନେତୃମଣ୍ଡଳୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ବିଜେଡି କିମ୍ବା କଂଗ୍ରେସ ଏଯାଏଁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/314403587_100622446212910_1996146107395866515_n-750x430-1.jpg)