କିଏ କାହା ପାଇଁ ପ୍ରସ୍ତାବକ ହେଲେ, ବିଜେଡି ପ୍ରାର୍ଥୀ ଦେଲେ ୩ ସେଟ୍, ବିେଜପି ପ୍ରାର୍ଥୀ ୨ ‌ସେଟ୍

ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀମାନେ ୩ ସେଟ୍ ବିଶିଷ୍ଟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କିନ୍ତୁ ଦୁଇ ସେଟ୍ ବିଶିଷ୍ଟ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକଙ୍କ ପାଇଁ ପ୍ରଥମ ସେଟରେ ୧୦ ଜଣ ପ୍ରସ୍ତାବକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ତାଙ୍କ ବ୍ୟତୀତ ବିଧାୟକ ପ୍ରଦୀପ ଅମାତ, ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟକ ନୃସିଂହ ଚରଣ ସାହୁ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ରଘୁ ନନ୍ଦନ ଦାସ ଦସ୍ତଖତ କରିଥିଲେ।

ଦ୍ବିତୀୟ ସେଟରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ରାଜକିଶୋର ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ କିଶୋର ଚନ୍ଦ୍ର ନାଏକ, ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସ୍ବାକ୍ଷର କରିଥିଲେ।

ସେହିପରି ତୃତୀୟ ସେଟରେ ପ୍ରଥମ ପ୍ରସ୍ତାବକ ଭାବେ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶଶିଭୂଷଣ ବେହେରା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଧାୟିକା ବାସନ୍ତୀ ହେମ୍ବ୍ରମ, ବିଧାୟିକା ପ୍ରମିଳା ମଲ୍ଲିକ ଓ ବିଧାୟିକା ମୀନାକ୍ଷି ମହନ୍ତ ଦସ୍ତଖତ କରିଥିଲେ।

ସସ୍ମିତ ପାତ୍ରଙ୍କ ପାଇଁ ପ୍ରଥମ ସେଟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ବିଧାୟକ ସୁଶାନ୍ତ କୁମାର ବେହେରା, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ରୋହିତ ପୂଜାରୀ, ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରସ୍ତାବକ ପଡ଼ିଥିଲେ।

ଦ୍ବିତୀୟ ସେଟରେ ପ୍ରସ୍ତାବକ ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଧାୟକ ବିକ୍ରମ କେଶରୀ ପଣ୍ଡା, ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ବିଧାୟିକା ସୁନନ୍ଦା ଦାସ ଦସ୍ତଖତ କରିଥିଲେ।

ତୃତୀୟ ସେଟରେ ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ପ୍ରଶାନ୍ତ ବେହେରା, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଧାୟକ ଅଙ୍ଗଦ କହଁର, ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ଲତିକା ପ୍ରଧାନ, ବିଧାୟକ ଅଶୋକ କୁମାର ବଳ ଓ ବିଧାୟକ ରମେଶ ଚନ୍ଦ୍ର ସାଇ ପ୍ରସ୍ତାବକ ପଡ଼ିଥିଲେ। ପ୍ରାର୍ଥିପତ୍ର ଦାଖଲ ବେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ଅଧିକାଂଶ ବିଜେଡି ବିଧାୟକ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ଦୁଇ ସେଟ୍ ପ୍ରାର୍ଥିପତ୍ରରେ ୧୦ ଜଣ ଲେଖାଏଁ ବିଜେପି ବିଧାୟକ ପ୍ରସ୍ତାବକ ପଡ଼ିଥିଲେ। ପ୍ରଥମ ସେଟରେ ଶ୍ରୀ ବୈଷ୍ଣବଙ୍କ ପାଇଁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବିଧାୟକ ମୋହନ ଚରଣ ମାଝୀ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ଭାସ୍କର ମଢ଼େଇ, ବିଧାୟକ ବିଷ୍ଣୁ ଚରଣ ସେଠୀ, ବିଧାୟକ ଶଙ୍କର ଓରାମ, ବିଧାୟକ ସୁକାନ୍ତ କୁମାର ନାୟକ, ବିଧାୟକ କେ.ନାରାୟଣ ରାଓ ଓ ବିଧାୟିକା କୁସୁମ ଟେଟେ ପ୍ରସ୍ତାବକ ରହିଛନ୍ତି।

ଦ୍ବିତୀୟ ସେଟରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନବ ଚରଣ ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଆଦିତ୍ୟ ମାଢ଼ୀ, ବିଧାୟକ ମଦନ ମୋହନ ଦତ୍ତ, ବିଧାୟକ ଭବାନୀ ଶଙ୍କର ଭୋଇ, ବିଧାୟକ ସନାତନ ବିଜୁଳି ଓ ବିଧାୟକ ନାଉରି ନାୟକ ଦସ୍ତଖତ କରିଥିଲେ। ଶ୍ରୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିବାରୁ ସେ ନିର୍ବାଚିତ ହେବା ନେଇ ପଥ ପରିଷ୍କାର ହୋଇଯାଇଛି।

ଶ୍ରୀ ବୈଷ୍ମବଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ଦଳର ସମସ୍ତ ବିଧାୟକଙ୍କ ସମେତ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର , ସମ୍ପାଦକ କାଳନ୍ଦୀ ସାମଲ, ଯତୀନ ମହାନ୍ତି, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପିତ ଠାକୁର ରଞ୍ଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର