ରାଜ୍ୟସଭା ଯିବେ ଅମର, ସସ୍ମିତ୍, ଅଶ୍ବିନୀ

ଅଶ୍ବିନୀ ବିଜେପି ପ୍ରାର୍ଥୀ, ବିଜେଡି ସମର୍ଥନ ଦେବ, ମୋଦୀ-ଶାହ କହିଲେ, ନବୀନ ଗ୍ରହଣ କଲେ, ପାଟ୍ଟଶାଣୀ, ଚ୍ୟାଉ ପଟ୍ଟନାୟକ ନିରାଶ

ଭୁବନେଶ୍ବର : ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ େଘାଷଣା େହାଇଛି। ଆଜି ସନ୍ଧ୍ୟାରେ ବିେଜଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଆଇଟି େସଲ୍ ମୁଖ୍ୟ ଡ. ଅମର ପଟ୍ଟନାୟକ ଓ ମୁଖପାତ୍ର ତଥା ସଂଖ୍ୟାଲଘୁ ସେଲ୍ ସଚିବ ଡ. ସସ୍ମିତ ପାତ୍ର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ପ୍ରକାଶ କରିଛନ୍ତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବଙ୍କ ନାମ ମଧ୍ୟ ତୃତୀୟ ପ୍ରାର୍ଥୀ ଭାବେ େଘାଷଣା କରିଛନ୍ତି।

କୌତୂହଳର କଥା ହେଲା, ଅଶ୍ବିନୀ ହେବେ ବିଜେପି ପ୍ରାର୍ଥୀ ଓ ତାଙ୍କୁ ବିେଜଡି ସମର୍ଥନ କରିବ। ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରିଦିଆଯାଇଛି େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଛି।

ବିଜେଡି ପ୍ରାର୍ଥୀ େଘାଷଣା ପୂର୍ବରୁ ଓଡ଼ିଶା ବିଜେପି ପକ୍ଷରୁ ଏକ ଟ୍ବିଟ୍ କରି ଅଶ୍ବିନୀ ବୈଷ୍ଣବ ତାଙ୍କ ପ୍ରାର୍ଥୀ େବାଲି ସୂଚନା ଦିଆଯାଇଥିଲା। ବାସ୍ତବରେ ଅଶ୍ବିନୀ କାହା ପ୍ରାର୍ଥୀ ସେ ନେଇ କିଛି ସମୟ ଦ୍ବନ୍ଦ୍ବ ଲାଗି ରହିବା ପରେ ବିଜେଡି ପ୍ରେସ ବିଜ୍ଞପ୍ତି ଜାରି କରିଥିଲା।

ସଂଖ୍ୟା ଦୃଷ୍ଟିରୁ ତିନି ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ େହବା ଏକପ୍ରକାର ସ୍ପଷ୍ଟ। ତେବେ ରାଜ୍ୟସଭା ପ୍ରାର୍ଥୀ େଘାଷଣା ରାଜନୈତିକ ମହଲ, ବିେଜଡି ଶିବିର ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଚର୍ଚ୍ଚା ପାଇଁ େଖାରାକ େଯାଗାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା କଥା େହଉଛି, ଉପନିର୍ବାଚନ େହଉଥିବା ତିନିଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ଥିଲା। ଯେେହତୁ ତିନିଟି ଯାକ ଆସନ ସ୍ବତନ୍ତ୍ର େବାଲି ବିବେଚନା କରାଯାଇଥିଲା, ଏଣୁ ରାଜ୍ୟସଭା ଗଣିତ ଅନୁସାରେ, ୭୩ ସଦସ୍ୟଙ୍କ େଭାଟ ମିଳିଲେ ଯାଇ ଜଣେ ପ୍ରାର୍ଥୀ ଜିତୁଥିଲେ। ଏଣୁ ବିଜେପି (୨୩) ଓ କଂଗ୍ରେସ (୯) ହାତରେ ପ୍ରାର୍ଥୀ ଦେବା ପାଇଁ କୌଣସି ସୁେଯାଗ ନ ଥିଲା। ତା ସତ୍ତ୍ବେ ଅର୍ଥାତ୍ ଆବଶ୍ୟକ ସଂଖ୍ୟା ନ ଥାଇ ବି ଅଶ୍ବିନୀ ଏବେ ବିେଜପି ଖାତାରେ ରାଜ୍ୟସଭା ଯିବା ରାସ୍ତା େଖାଲିଛି। ତେବେ କାହିଁକି େଗାଟିଏ ଆସନ ବିଜେଡି ହଠାତ୍ ବିଜେପିକୁ ଟେକିଦେଲା, ତାହା ଏବେ ବି ଅସ୍ପଷ୍ଟ ରହିଛି।

୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବୈଷ୍ଣବ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି। ଶ୍ରୀ ବୈଷ୍ଣବ କଟକ ଓ ବାଲେଶ୍ବରରେ ପୂର୍ବରୁ ଜିଲ୍ଲାପାଳ ଥିଲେ। ପରେ ସେ ଉଚ୍ଚଶିକ୍ଷା ଲାଗି ବିଦେଶ ଯାଇଥିଲେ।

ଏପଟେ ନିର୍ବାଚନ ପୂର୍ବରୁ ନବୀନ େଯଉଁ କିଛି େନତାଙ୍କୁ ରାଜ୍ୟସଭା ଯିବା ପାଇଁ ଆଶ୍ବାସନା େଦଇଥିଲେ, ସେମାନେ ନିରାଶ େହାଇଛନ୍ତି। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ େବାଲି ନବୀନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେମାନଙ୍କୁ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଅନ୍ୟଥା ସେମାନେ ପରବର୍ତୀ ପଦକ୍ଷେପ କଣ େନବେ, ତାହା ଦେଖିବା କଥା।

କେବଳ ସେତିକି ନୁେହଁ, ନିର୍ବାଚନରେ ପରାସ୍ତ େହାଇଥିବା କିଛି େନତା େଯମିତିକି ରବୀନ୍ଦ୍ର େଜନା, ସଂଜୟ ଦାସବର୍ମା ପ୍ରମୁଖ ଏହି ଆସନ ଉପରେ ଆଖେଇଥିଲେ ଓ ଚର୍ଚ୍ଚାରେ ବି ଥିଲେ। ତାଙ୍କ ପାଇଁ କୌଣସି ଆଶ୍ବାସନାର ଖବର ନାହିଁ। ବରଂ ଆଦୌ ଚାପ ନଥିବା କାରଣରୁ ରାଜନୈତିକ େନତାଙ୍କୁ ପଛକୁ େଠଲି ନବୀନ ଦୁଇ ଦୁଇ ଜଣ ପୂର୍ବତନ ବରିଷ୍ଠ ପ୍ରଶାସକଙ୍କୁ ବିଶ୍ବାସକୁ ନେଇଛନ୍ତି।

ଆଜି ସୁଦ୍ଧା ବିଜେଡି ସମେତ ମୋଟ ୬ଜଣ ପ୍ରାର୍ଥିପତ୍ର ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି। ଗୌରଚନ୍ଦ୍ର ଦାସ, ଡଃ ନଗେନ୍ଦ୍ର ନାଥ ମିଶ୍ର, ଦେବୀପ୍ରସାଦ ବାହାଲିଆ ନାମକ ବ୍ୟକ୍ତିମାନେ ନିଜ ନାମରେ ପ୍ରାର୍ଥିପତ୍ର ନେଇଥିବା ସୂଚନା ମିଳିଛି।

ଉଲ୍ଲେଖଥାଉକି, ସମସ୍ତ ପ୍ରାର୍ଥୀ ଆସନ୍ତା ୨୪ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ବିଜେଡି ୧୨ ସେଟ୍ ପ୍ରାର୍ଥିପତ୍ର ନେଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର ଏହି ପ୍ରାର୍ଥିପତ୍ର ନେଇଛନ୍ତି।

ସମ୍ବନ୍ଧିତ ଖବର