ସୁନ୍ଦରଗଡ଼: ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ମତଦାନ ହେବାକୁ ଥିବା ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ଶେଷ ହୋଇଛି । ଏହା ପରେ ସେହି ଅଞ୍ଚଳରେ ବାହାର ନେତାଙ୍କ ପ୍ରବେଶ ଉପରେ କଡା କଟକଣା ଲଗାଯାଇଛି। କିନ୍ତୁ ଏଭଳି ସ୍ଥିତିରେ ଆଜି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ନିଜ ଦଳୀୟ ସମର୍ଥକଙ୍କ ସହିତ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ଜୋନରେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଘରକୁ ଘର ଯାଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

Advertisment

ଏଭଳି କରି ସେ ସମ୍ପୁର୍ଣ୍ଣ ଭାବରେ ନିର୍ବାଚନ ଆଚରଣ ବିଧିର ଉଲଂଘନ କରିଥିବା ନେଇଇ ବିରୋଧୀ ଦାବି କରିଛନ୍ତି। ଟାଙ୍ଗରପାଲି ବ୍ଲକର ରେଣ୍ଡା ଯୋଗିମାଲ, ମଂଗସପୁର ଓ ବିଲେଇଗଡ଼ ଅଞ୍ଚଳରେ ସେ ବୁଲୁଥିବା ବେଳେ ରେମଣ୍ଡା ଗାଁରେ ତାଙ୍କୁ ବିଜେପି ସମର୍ଥକମାନେ ବିରୋଧ କରିବାରୁ ଡ.ପାତ୍ର ଘଟଣାସ୍ଥଳରୁ ଚାଲିଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଖବର ପାଇ ସୁନ୍ଦରଗଡ଼ ଏସପି ପୁଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।