ଭୁବନେଶ୍ବର: ରାଖି ପୂର୍ଣ୍ଣିମା ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରାଖି ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖି ପାଇଁ ଅଭିନନ୍ଦନ ଜଣାଇଥିଲେ। ଆଜି ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକଙ୍କୁ ରାଖି ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ନବୀନ ପିଲାମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ୍ସ ପ୍ଲେ ସ୍କୁଲର କୁନି କୁନି ପିଲାମାନେ ରାଖି ବାନ୍ଧି ଥିଲେ। ଏହି ଅବସରରେ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡର କର୍ପୋରେଟରମାନେ ନବୀନଙ୍କୁ ଭେଟି ରାଖି ବାନ୍ଧି ଥିଲେ। ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ଭାରତ ସ୍କାଉଟ ଏବଂ ଗାଇଡ୍ସର ସ୍ବେଛାସେବୀ, ଭୁବନେଶ୍ୱର ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଓ ବ୍ରହ୍ମକୁମାର, ଲିଙ୍ଗରାଜ ବିହାର ଓ ଏୟାରପୋର୍ଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକ ଶ୍ରୀ ପଟ୍ଟନାୟକଙ୍କୁ ରାଖି ବାନ୍ଧି ଶୁଭେଚ୍ଛା ଜଣାଇଥିଲେ।
ନବୀନ ନିବାସରେ ରକ୍ଷାବନ୍ଧନ
/sambad/media/post_attachments/wp-content/uploads/2024/08/gfgddgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)