ରାଖୀ ରହିଲା ସାକ୍ଷୀ: ଭଞ୍ଜନଗରରେ ସଜ ଫୁଲ ରାଖୀର ଚାହିଦା 

ଭଞ୍ଜନଗର: କରୋନା ଭୟର ବାତାବରଣ ମଧ୍ୟରେ ଆଜି ରାଖୀ ପୂର୍ଣ୍ଣମୀ ପାଳିତ ହୋଇଯାଇଛି। ଭାଇ ଭଉଣୀର ଭଲ ପାଇବା ମଧରେ ଏକ ଭାବପୂର୍ଣ ପରିବେଶରେ ଆଜି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା। ସ୍ନେହ ଓ ପ୍ରେମର ନିଦର୍ଶନ ସ୍ବରୂପ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଛି। ବଦଳରେ ଭାଇ ଠାରୁ ତାର ସୁରକ୍ଷା ମାଗିଛି। ଏହି ପବିତ୍ର ରାଖୀ ପର୍ବ ପାଇଁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସାଧାରଣ ଲୋକ ବି ଉତ୍ସାହର ସହ ପାଳନ କରିଛନ୍ତି ରାଖୀ ପୂର୍ଣ୍ଣିମା।

ଯୁବତୀ ଓ ମହିଳାମାନେ ଭାଇଙ୍କୁ ବନ୍ଦାପନା କରି ସେମାନଙ୍କ ହାତରେ ରାଖୀ ବାନ୍ଧିଥିଲେ। ଏଥିସହ ସେମାନଙ୍କୁ ମିଠା ଖୁଆଇ ସେମାନଙ୍କ ମଙ୍ଗଳ କାମନା କରିଥିଲେ। କରୋନା ପାଇଁ ଦୀର୍ଘଦିନ ଧରି କଟକଣା ଜାରି ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା। ବର୍ତ୍ତମାନ ପ୍ରଶାସନ କଟକଣା କହୋଳ କରିଥିବା ବେଳେ କିଛି ବ୍ୟବସାୟୀ କିଛି ରାଖୀ ବ୍ୟବସାୟ କରିଥିବା ଦେଖିବକୁ ମିଳିଛି। ରାକ୍ଷୀ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କୋ୍ଭିଡ ନିୟମ ପାଳନ କରି ଦୋକାନ ଖୋଲାଯିବା ସହ ଲୋକ ମାନଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଦୀର୍ଘ ଦିନ ଧରି ନିଜ ପରିବାର ଠାରୁ ଦୂରରେ ରହୁଥିବା ପ୍ରିୟଜନଙ୍କୁ ରାଖୀ ଅବସରରେ ପାଖରେ ପାଇଁ କରୋନା କାଳରେ ରାଖୀର ଏକ ନିଆରା ଅନୁଭୂତି ପାଇଥିଲେ ଭାଇ ଭଉଣୀ।

କରୋନା ପାଇଁ ସାମାଜିକ ଓ ସଂସ୍କୁତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲେ ମଧ୍ୟ ଘର ଭିତରେ ଲୋକ ମାନେ ଏହାକୁ ଅତି ଉତ୍ସାହ ସହ ପାଳନ କରିଥିଲେ। ବଭିନ୍ନ ପ୍ରକାରର ରାଖୀ ସହ ଚଳିତ ବର୍ଷ ସତେଜ ଫୁଲରେ ତିଆରି ରାଖୀର ଚାହିଦା ବହୁତ ରହିଥିବା ଦେଖିବକୁ ମିଳିଥିଲା। ବିଭିନ୍ନ ଷ୍ଟୋନ୍, ସୂତା, ରୁଦ୍ରାକ୍ଷରେ ତିଆରି ଚକ ମକିଆ ରାଖୀ ବଦଳରେ ଫୁଲ ରାଖୀକୁ ମହିଳା ମାନେ ଅଧିକ ପସନ୍ଦ କରି କିଣି ନେଇଥିବା ଦେଖିବାକୁ ମିଳିଛି। ବାହାର କାର୍ଯ୍ୟକ୍ରମ ଏକ ପ୍ରକାର ବନ୍ଦ ରହିଥିବା ବେଳେ ଘର ଭିତରେ ଅନେକ କିଛି ନିଆରା କାର୍ଯ୍ୟକ୍ରମ ମାନ କରି ସୋସିଆଲ୍ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି। ଆଉ କିଛି ଭାଇକୁ ରାଖୀ ସହ ମାସ୍କ ପିନ୍ଧାଉଥିବା ଫଟୋ ସହ ପ୍ରତି ବଦଳରେ ଭାଇ ଭଉଣୀକୁ ସାନିଟାଇଜର ଦେଇ କରୋନା ଭଳି ମହାମାରୀରୁ ରକ୍ଷା ପାଇବାର ବାର୍ତ୍ତା ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର