ରାଇରଙ୍ଗପୁର: ସମ୍ବାଦ ଆମ ଓଡିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ସୋମବାର ରାଖୀ ପୂର୍ଣିମା ଅବସରରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଇରଙ୍ଗପୁର ଉପକାରାଗାର (ସବ୍ ଜେଲ୍)ରେ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଯାଇଛି। ରାଇରଙ୍ଗପୁର ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତା ଓ ସମ୍ବାଦ ସାହିତ୍ୟଘର ସହଯୋଗରେ ଆୟୋଜିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋରୁମହିଷାଣୀ ଆଇରନ କଲେଜର ଅଧ୍ୟାପକ ଡ ଦିଗମ୍ବର ଗିରି ଓ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧୟାପକ ବିଜୟ କୁମାର ରାମ୍ ଯୋଗଦେଇଥିଲେ।

Advertisment

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ତଥା ପ୍ରଥମେ ଭଉଣୀମାନେ ଭାଇଙ୍କୁ ରାଖୀ ବାନ୍ଧିବା ପରେ ଉଭୟ ଉଭୟଙ୍କୁ ମିଠା ଖୁଆଇଥିଲେ। ପରେ ଭଉଣୀମାନେ ରାକ୍ଷୀ ଉପହାର ସ୍ୱରୂପ ନିଶା ସେବନ ନକରିବା ପାଇଁ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯକ୍ରମକୁ ଶିବିରର ଆଚାର୍ଯ୍ୟ କେଦାରନାଥ ବାରିକ, ମହାଦେବ ମହାନ୍ତ, ମାନଓ ମହାନ୍ତଙ୍କ ସମେତ ଅନ୍ୟ ଗୁରିଜୀ ଗୁରୁମା ଓ ସମ୍ବାଦ ସାହିତ୍ୟଘରର ସଦସ୍ୟ ଓ ସଦସୟାମାନେ ପରିଚାଳନା କରିବାରେ ସାହାର୍ଯ୍ୟ କରିଥିଲେ।

publive-image

ସେହିପରି ରାଇରଙ୍ଗପୁର୍ ଉପକାରାଗାର ପରିସରରେ ମଧ୍ୟ ସମ୍ବାଦ ସାହିତ୍ୟ ରର ସଦସ୍ୟ ଓ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଭାଇ-ଭଉଣୀଙ୍କ ସହଯୋଗରେ ଜେଲରେ ଥିବା କଏଦୀ ଓ ଜେଲ୍ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିବା ପରେ ଆଜୀବନ ନିଶା ସେବନ ନକରିବା ପାଇଁ ଶପଥ ପାଠ କରାଇଥିଲେ। ଜେଲର ମହିଳା କଏଦୀମାନେ ମଧ୍ୟ ପୁରୁଷ କଏଦୀ ଓ ଜେଲ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଥିଲ। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ବି.କେ ସୁପ୍ରିୟା ଯୋଗଦେଇ ଜେଲ୍ ରେ ଥିବା କଏଦୀ ମାନଙ୍କୁ ଆଧାତ୍ମିକ ଜ୍ଞାନ ପ୍ରଦାନ କରିବା ସହିତ ସମ୍ବାଦ ସାହିତ୍ୟ ଘର ଫକ୍ଷରୁ ନିଶା ସେବନ ନକରିବା ପାଇଁ ସମସ୍ତଙ୍କୁ କହିଥିଲେ।

ବିଶିଷ୍ଟ କଣ୍ଠ ଶିଳ୍ପୀ ମହାନ୍ତ ବବିତା କୈଲିୟାର୍ ଯୋଗଦେଇ ନିଶା ନିବାରଣ ପାଇଁ ଶପଥ ପାଠ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡ. ଦିଗମ୍ବର ଗିରି, ଉପସଭାପତି ବିଜୟ କୁମାର ରାମ୍, କନକ ନୁ୍ୟଜ୍ ପ୍ରତିନିଧି ମଳୟ କୁମାର ଦାସ, ଉପ କାରାଗାରର ଜେଲର୍ ବୁଲୁ ମାଟିଆ,ଆସିଷ୍ଟାନ୍ଟ୍ ଜେଲର୍ ଅର୍ଜୁନ ସଠୀ,ସମ୍ବାଦ ସାହିତ୍ୟ ଘରର ସଦସ୍ୟା ଖୁସବୁ ପାଲ୍,ସଶିବିମର ଆଚାର୍ଯ୍ୟା ସର୍ମିଲା ମହାନ୍ତ, ଜାନକୀ ରାଣୀ ମହାନ୍ତ, ବି.କେ କମଳିନୀ,ବି.କେ ମଙ୍ଗଲ, ବି.କେ କଲ୍ୟାଣୀ, ବି.କେ ଦିଗମ୍ବର ପ୍ରମୁଖ ପରିଚାଳନା କରିଥିଲେ। ସେଚ୍ଛାସେବୀ ଅନୁଷ୍ଠାନ ରେଡି ଭଲେନଟିୟାର୍ ର ସେଚ୍ଛାସେବୀ ଆଦିତ୍ୟ ଗୁପ୍ତା, ଅବିନାଶ ମହାନ୍ତ, ପିରୁ ମୁଣ୍ଡା ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଇରଙ୍ଗପୁରରେ ରାକ୍ଷୀ ପୂର୍ଣିମାରେ ପ୍ରଥମ ଥର କରି ଏଭଳି କାର୍ଯ୍ୟକ୍ରମକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।