ଶିକ୍ଷା ସହାୟକ ଆଶାୟୀ ସଂଘର ବିକ୍ଷୋଭ

ଭୁବନେଶ୍ୱର: ୨୦୧୬ରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିର ପୁନଃ ପ୍ରକାଶନ, ସ୍ନାତକ ସିଟି, ବିଇଡି ତାଲିମ୍‌ ପ୍ରାପ୍ତ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ସଂରକ୍ଷିତ ଥିବା ଅନୁପାତର ବୃଦ୍ଧି, ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟାରେ କଳା ଓ ବିଜ୍ଞାନ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଅନୁପାତକୁ ୫୦:୫୦ କରିବା ଦାବି ନେଇ ଆଜି ଶିକ୍ଷା ସହାୟକ ଆଶାୟୀ ସଂଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛି। ସଂଘର ସଭାପତି ଯଶୋବନ୍ତ ବେହେରାଙ୍କ ନେତୃତ୍ୱରେ ଆଶାୟୀ ଶିକ୍ଷା ସହାୟକମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ, ନିଜର ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ଗଣଶିକ୍ଷା ସଚିବଙ୍କୁ ଭେଟି ପ୍ରଦାନ କରିଥିଲେ।

ସଂଘର ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି। ବିକ୍ଷୋଭରେ ଉପସଭାପତି ଡମ୍ବରୁଧର ବାଇ, ସମ୍ପାଦକ ରୁଦ୍ରନାରାୟଣ ମିଶ୍ର, କୋଷାଧ୍ୟକ୍ଷ ଗଣେଷ କୁମାର ସାହୁ, ଚିରଞ୍ଜୀବୀ ମହାଳିକ, ଜଗନ୍ନାଥ ମହାନ୍ତି, କୁବେର ପ୍ରସାଦ ନାୟକ, ଶୁଭ୍ରଜିତ୍‌ ସ୍ୱାଇଁ, ବଣ୍ଟି ମହାନ୍ତି, ଅଜିତ ପ୍ରଧାନ, ଏଲୋରା ନାୟକ,ରୋଜାଲିନ ବିଶ୍ୱାଳ, କାଦମ୍ବିନୀ ନାୟକ ଓ ଦୀପ୍ତିମୟି ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର