ରେଢ଼ାଖୋଲରେ ରାଲି: ନିଜେ ବାଇକ୍ ଚଳାଇଲେ ଧର୍ମେନ୍ଦ୍ର ପ୍ରଧାନ

ରେଢ଼ାଖୋଲ: ସମ୍ଭଲପୁରର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି। ଧର୍ମେନ୍ଦ୍ର ନିଜେ ବାଇକ୍ ଚଳାଇ ରାଲିର ସମ୍ମୁଖରେ ଥିଲେ। ରାଜ୍ୟର ୨୧ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଭୋଟରଙ୍କୁ ନବେଦନ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।

ସମ୍ବଲପୁର ଭୋଟରଙ୍କର ଯାହା ନିଷ୍ପତ୍ତି ହେବ ତାହା ସାରା ଦେଶର ଭୋଟର କରିବେ ବୋଲି ସେ କହିଛନ୍ତି। ସମ୍ବଲପୁର ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ସହିତ ଥିବା ଧର୍ମେନ୍ଦ୍ର କହିଛନ୍ତି। ୧୦ ବର୍ଷ ଧରି ବିଜେପି ସରକାର ବିକାଶର ପ୍ରମାଣ ଦେଇଛନ୍ତି। ଏହା ଆଗକୁ ମଧ୍ୟ ଜାରି ରହିବ ‌ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର