ଗୋପବନ୍ଧୁ ଭବନକୁ ଐତିହ୍ୟ ମାନ୍ୟତା ଦାବିରେ କଂଗ୍ରେସର ପଦଯାତ୍ରା

ବାରିପଦା: ବାରିପଦା ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବାସଭବନକୁ ଐତିହାସିକ ସ୍ଥଳର ମାନ୍ୟତା ପ୍ରଦାନ ସହିତ ଗୋପବନ୍ଧୁଙ୍କ ଜୀବନୀ ଓ ବାରିପଦା ରହଣି ସମୟରେ ବିଭିନ୍ନ କାର୍ଯ୍ୟକ୍ରମ, ଘଟଣାବଳୀ, ଦସ୍ତାବିଜ, ଚିଠିପତ୍ର ଆଦିକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଦାବି କରିଛି କଂଗ୍ରେସ। ଏଥିସହିତ ଗୋପବନ୍ଧୁ ଭବନ ପରିସରରେ ପୂର୍ବର ପାଠାଗାରକୁ ପୁର୍ନଉଦ୍ଧାର କରାଯାଇ ଏକ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ଆଦି ୩ ଦଫା ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଭବନ ସମ୍ମୁଖରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କୁ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ସଭାପତି ହେମନ୍ତ ଦାସ ଏବଂ କଂଗ୍ରେସ ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ନୀରୋଜ ଲୋଚନ ଦାଶ, ଶାନ୍ତନୁ ପାଲ, ବରିଷ୍ଠ ନେତା ବିଜନ କୁମାର ଦାସ, ଜ୍ୟୋତି ପ୍ରକାଶ ରଥ, ଯୋଗେଶ ଅଗ୍ରୱାଲା, ଅରବିନ୍ଦ ଦାସ, ମହିଳା ନେତ୍ରୀ ସସ୍ମୀତା ଘୋଷାଲ ପ୍ରମୁଖ ଏଥିରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର