ସମ୍ବଲପୁର : ସୋମବାର ଦିନ ପାରମ୍ପରିକ ରୀତିରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ଜଗତଜନନୀ ସୀତାଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ପାଇଁ ବ୍ରୁକ୍ସ ହିଲ୍ ହନୁମାନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା।
ଗତକାଲି ବିବାହ ପାଇଁ କନ୍ୟା ମାତାପିତା ପ୍ରମିଳା ସାହୁ ଓ ଗୋପାଳ ସାହୁଙ୍କ ବୈଦ୍ୟନାଥ ଛକସ୍ଥିତ ବାସଭବନରେ ପତରପେଣ୍ଡି ସଂପନ୍ନ ହୋଇଥିଲା। ଏସ୍.ରଶ୍ମିତା ଓ ଏସ୍.ସଂଜୀବ କୁମାର ବର ମାତାପିତା ଦାୟିତ୍ବ ତୁଳାଇ ଥିଲେ। ସୋମବାର ଦିନ ବିବାହ ସଂପନ୍ନ ହେବା ପରେ ଯୁଗଳ ବେଶର ଭକ୍ତମାନଙ୍କୁ ଦର୍ଶନ ଦେବା ନିମନ୍ତେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଜଗତଜନନୀ ସୀତା ନଗର ପରିକ୍ରମା କରିଥିଲେ।
ହନୁମାନ ମନ୍ଦିର ପରିଚାଳନା କମିଟିର ସଭାପତି ଦୁର୍ଗାମାଧବ ମିଶ୍ର, ସାଧାରଣ ସଂପାଦକ ରାଜୀବ ଶତପଥୀ, ସଦସ୍ୟ ସଂଜୀବ ପାଢ଼ୀ, ଉମାକାନ୍ତ ସାହୁ, ସୁରେନ୍ଦ୍ର ପ୍ରଧାନ, ପଦ୍ମନ ସିଂହ, ବସନ୍ତ ମହାରଣା, ବିଶ୍ବନାଥ ରାଉତ, ଅନନ୍ତ ମହାନ୍ତି, କ୍ଷୀରୋଦ ବେହେରା, ମୁରାରୀ ଶତପଥୀ, କ୍ଷିତୀଶ ନାୟକ, ସଂଜୟ ଡାଲୁଆ, ବ୍ରଜ ସାହୁ, ପଦ୍ମ ନାୟକ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।