ରାମଚନ୍ଦ୍ର ହାଁସଦା ଜେଏମ୍ଏମ୍‌ରୁ ବହିଷ୍କୃତ

ରାଇରଙ୍ଗପୁର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଜେଏମ୍‌ଏମ୍‌ର ରାଜ୍ୟ ସମ୍ପାଦକ ପଦରେ ଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଗତ ୨୨ ଜୁଲାଇରେ ଦଳ ପକ୍ଷରୁ ସଂପାଦକ ପଦରୁ ବହିଷ୍କୃତ କରାଯାଇଥିଲା। ଆଜି ତାଙ୍କୁ ଦଳରୁ ସଂପୂର୍ଣ୍ଣ ଭାବେ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିବା ରାଇରଙ୍ଗପୁରସ୍ଥିତ ଜେଏମ୍‌ଏମ୍‌ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ ମାରାଣ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ହାଁସଦା ପଞ୍ଚାୟତ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ।

ଗତକାଲି ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣ ମଣ୍ତପଠାରେ ନିଜ ଇଚ୍ଛା ଅନୁଯାୟୀ ସଭା କରିଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଶ୍ରୀମତୀ ସୋରେନ ମାରାଣ୍ତି କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ହାଁସଦା ଗତ ୨୦୨୧ ମାର୍ଚ୍ଚରେ ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ଯୋଗ ଦେଇଥିଲେ। ସେପଟେ ଶ୍ରୀ ହାଁସଦା ତାଙ୍କ ପ୍ରତିକ୍ରିୟାରେ ବର୍ତ୍ତମାନ କୌଣସି ରାଜନୈତିକ ଦଳକୁ ଯିବେ ନାହିଁ ବୋଲି କହିଛନ୍ତି। ଆଦିବାସୀ, ମୂଳବାସୀ ଓ ବିଚ୍ଛିନ୍ନାଞ୍ଚଳର ଜନସାଧାରଣଙ୍କୁ ହକ୍ ପାଇଁ ଲଢ଼ିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର