ଭୁବନେଶ୍ବର: ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି। ଏଆଇସିସି ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଓ ରାଜଗାଙ୍ଗପୁର ବିଧାୟକ ସି ଏସ୍ ରାଜନ୍ ଏକ୍କାଙ୍କୁ ମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି। ଶ୍ରୀ କାଡ଼ାମ ପଟ୍ଟାଙ୍ଗୀରୁ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୧୯୯୫ ଓ ୨୦୦୯ରେ ସେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ କଂଗ୍ରେସ ବିଧାୟକ ଦଳ ନେତା ପଦବି ପାଇଁ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଶ୍ରୀ କାଡ଼ାମଙ୍କ ନାମ ଚର୍ଚ୍ଚାରେ ଥିଲା। ଶ୍ରୀ କାଡ଼ାମଙ୍କ ନାମରେ ଏଆଇସିସି ମୋହର ମାରିଛି।