ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରକୁ ଯାଇଥିବା ବେଳେ ବିଧାୟକ ହଟହଟା

ରାମଚନ୍ଦ୍ରପୁର : ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରକୁ ଯାଇଥିବା ବେଳେ ବୁଧବାର ଦିନ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହଟହଟା ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଧାୟକ ଶ୍ରୀ ପାତ୍ର ନିଜ ଗାଁ ଗଡ଼ବାନ୍ଧଗୋଡ଼ା ୧୨ ନମ୍ବର ମତଦାନ କେନ୍ଦ୍ରରେ‌ ପହଞ୍ଚିଥିଲେ। ତାଙ୍କର ଜଣେ ବିଧାୟକଙ୍କୁ କେନ୍ଦ୍ର ଭିତରକୁ ଡାକି ନେଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ଜଣେ ଯୁବନେତାଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିଥିଲେ। ଲୋକମାନେ ଯେମିତି ଧାଡ଼ିରେ ଆସି ଭୋଟ୍‌ ଦେଉଛନ୍ତି ବିଧାୟକ ମଧ୍ୟ ଧାଡ଼ିରେ ଆସି ଭୋଟ୍‌ ଦିଅନ୍ତୁ ବୋଲି କହିଥିଲେ। ଶେଷରେ ବିଧାୟକ ଲୋକଙ୍କ ସହ ଧାଡ଼ିରେ ଆସି ମତଦାନ କରିଥିଲେ। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର