କଟକ : ଆସନ୍ତା ୨୪ତାରିଖ ଶୁକ୍ରବାରଠାରୁ ରମ୍ଜାନ ମାସ ଆରମ୍ଭ ହେବାକୁ ଯାଉଛି। ବୁଧବାର ଦେୱାନ୍ ବଜାରସ୍ଥିତ ଅଂଜୁମାନ ଇସ୍ଲାମିଆରେ ଆୟୋଜିତ ଚାନ୍ଦ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁସ୍ଲିମ୍ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ତମ ଦିନ। ଦିନରେ ଚନ୍ଦ୍ର ଦୃଷ୍ଟି ଗୋଚର ହୋଇଥିଲେ, ବୁଧବାର ରାତିରେ ତରାବି ନମାଜ ପାଠ କରାଯାଇ ଆଜି (ଗୁରୁବାର)ଠାରୁ ରମ୍ଜାନ ଆରମ୍ଭ ହୋଇଥାନ୍ତା। କିନ୍ତୁ ପ୍ରତିକୂଳ ପାଗ ପାଇଁ ବୁଧବାର ଦିନ କେଉଁଠି ବି ଚନ୍ଦ୍ର ଦେଖାଯାଇ ନଥିଲେ। ତେଣୁ ଆଜି(ଗୁରୁବାର) ଚନ୍ଦ୍ର ଦୃଷ୍ଟି ଗୋଚର ନହେଲେ ମଧ୍ୟ ଗୁରୁବାର ରାତିରେ ତରାବି ନମାଜ ପାଠ କରାଯିବ ଓ ଶୁକ୍ରବାରଠାରୁ ରମଜାନ୍ (ଉପାସ) ମାସ ଆରମ୍ଭ ହେବ ବୋଲି ଆଜି ଚାନ୍ଦ କମିଟି ବୈଠକରେ ସ୍ଥିର ହୋଇଛି। ଅଂଜୁମାନ ଇସ୍ଲାମିଆରେ ଅନୁଷ୍ଠିତ ବୈଠକରେ ମୌଲାନା ୱାଜହୁଲ୍ କମ୍ର, ମଜ୍ଜିଦ୍ ଖାନ, ମୋଇନ୍ ଖାନ୍, ଏକ୍ରାମ୍ ହୁସେନ୍, ପୂର୍ବତନ କର୍ପୋରେଟର ରମ୍ଜାନ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ମାର୍ଚ୍ଚ ୨୪ରୁ ଆରମ୍ଭ ହେବ ରମ୍ଜାନ ମାସ
/sambad/media/post_attachments/wp-content/uploads/2023/03/ramadan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)