ଭୁବନେଶ୍ବର : ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡାଙ୍କ ମା’ ହେମଲତା ପଣ୍ଡାଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ରାମକୃଷ୍ଣ ଓ ରାଜୀବ ଲୋଚନ, ଦୁଇ ଝିଅ ମାଧୁରୀ ଓ ସୁଜାତାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଆଜି ୟୁନିଟ୍-୬ସ୍ଥିତ ବାସଭବନରେ ବହୁ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ବଜନ ତାଙ୍କ ଶେଷ ଦର୍ଶନ କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସଂଭାବନା ସମ୍ପାଦକ ଦେବ ପ୍ରସାଦ ପରିଜା, ବରିଷ୍ଠ ନେତା ଦିବାକର ନାୟକ, ଆଶିଷ କାନୁନ୍ଗୋ, କ୍ଷୀରୋଦ ସିଂହଦେଓ, ନାରାୟଣ ରେଡ୍ଡି, ପ୍ରଶାନ୍ତ ପାଟ୍ଟଯୋଶୀ, ରାଧାକାନ୍ତ ସେଠୀ, ଶ୍ରମିକ ନେତା ମହେଶ୍ବର ରାଉତ ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ରାମକୃଷ୍ଣ ପଣ୍ଡାଙ୍କ ମାତୃ ବିୟୋଗ
/sambad/media/post_attachments/wp-content/uploads/2023/03/rr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)