ପୁରୀ: ବିଜେପି ରାଜ୍ୟ ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ବଳିୟାରସିଂହ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ନିକଟକୁ ପଠାଇ ଦର୍ଶାଇଛନ୍ତି ଯେ, ବର୍ଷ ବର୍ଷ ଧରି ଦଳର ନିଷ୍ଠାପର କର୍ମୀ ଭାବରେ ଦାୟିତ୍ବ ସମ୍ପାଦନ କରିବା ସତ୍ତ୍ବେ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ବିଜେପି ପ୍ରତାରିତ କରିଛି। ତେଣୁ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଇସ୍ତଫା ଦେବା ପରେ ଶ୍ରୀ ବଳିୟାରସିଂହ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।
ବିଜେପି ଛାଡ଼ି ବିଜେଡିରେ ମିଶିଲେ ରମାରଂଜନ
/sambad/media/post_attachments/wp-content/uploads/2024/05/sfhfshfhsshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)