ଜୟପୁର: ଆଜି ଦେଶରେ ପବିତ୍ର ଶ୍ରୀରାମ ନବମୀ ପାଳନ ହେଉଛି। ଏହାକୁ ଅତ୍ୟନ୍ତ ଧୁମ୍ ଧାମରେ ପାଳନ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ପ୍ରସ୍ତୁତି ପର୍ବ ଗତ ୧୫ଦିନ ହେବ ଜାରୀ ରହିଛି। ସହରର ପାୱାରହାଉସ ଛକରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା ସହର ମଧ୍ୟ ଦେଇ ମାଦଳାସାହି, ଜଗନ୍ନାଥମନ୍ଦିର, ସାମନ୍ତରାୟ ସାହି, ଗଙ୍ଗାନଗର ଦେଇ ରାଜନଅର, ମୁଖ୍ୟରାସ୍ତା ଦେଇ ମୁଖ୍ୟଟ୍ରାଫିକ ଛକ, ପାରାବେଡ଼ା ଟ୍ରାଫିକ ଛକ, ଅଧିକାରୀ ଛକ ଦେଇ ଦଶହରାପଡ଼ିଆରେ ପହଚିଂବ। ଏଥି ପାଇଁ ଆୟୋଜକଙ୍କ ପକ୍ଷରୁ ଏହି ରାସ୍ତାରେ ଗେରୁଆ ରଂଗର ପତ୍ତାକା ଲଗାଯାଇଛି। ଆସନ୍ତାକାଲିର ଶୋଭାଯାତ୍ରା ଯେଭଳି ଶାନ୍ତି ପୁର୍ଣ୍ଣରେ ହେବ ସେ ନେଇ ନିଜେ ଏସପି ଅଭିନବ ସୋନକର ନିଜେ ଜୟପୁର ଆସି ତଦାରଖ କରିଥିଲେ। ଏସପି ଶ୍ରୀ ସୋନକର, ଏସଡିପିଓ ଅଙ୍କିତ ବର୍ମା, ଟାଉନଥାନ ଅଧିକାରୀ ରମଣୀ ରଂଜନ ଦଳାଇ ଓସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କୁ ନେଇ ଯେଉଁ ରାସ୍ତାରେ ଶୋଭାଯାତ୍ରା ଯିବ ତାହାର ନିରୀକ୍ଷଣ କରିବା ସହ ଆଲୋଚନା କରିଥିଲେ।
ନିର୍ବାଚନ ଓ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପ୍ରଶାସନ ଅନୁମତି ପତ୍ର ସହ ଦେଇଥିବା ୨୧ଟି ସର୍ତ୍ତକୁ ପାଳନ କରାଇବାକୁ କହିଥିଲେ। ଆସନ୍ତାକାଲି ସହରରେ ଶୋଭାଯାତ୍ରା ସମୟରେ ୯ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଟାଉନଥାନା, ସଦରଥାନା, ମହିଳା ଥାନା ଅଧିକାରୀ, ସବଇନିସପେକ୍ଟର ଓ କନେଷ୍ଟବଲ ମାନେ ନିୟୋଜିତ ହେବେ ବୋଲି କହିଛନ୍ତି ଏସପି ଅଭିନବ ସୋନକରଓ । ସହର ଏବଂ ସଦରଥାନା ଅଂଚଳରେ ଥିବା ସବୁ ହନୁମାନ, ଶ୍ରୀରାମମନ୍ଦିରରେ ବି ଶାନ୍ତି ଶୃଙ୍ଖଳାରେ ଯେଭଳି ପୂଜା ଅନୁଷ୍ଠିତ ହେବ ସେ ଦିଗରେ ପୁଲିସ ପ୍ରଶାସନ କଡ଼ା ନଜର ରଖିବ ବୋଲି କହିଛନ୍ତି ଏସଡିପିଓ ଶ୍ରୀ ବର୍ମା । ସହର ଓ ବ୍ଲକରେ ଥିବା ବିଭିନ୍ନ ମନ୍ଦିର ଗୁଡିକରେ ବି ରଂଗ ଦେବା ସହ ରଂଗୀନ ଆଲୋକସଜ୍ଜାରେ ସଜ୍ଜିତ କରାଯାଇଛି।
ଶ୍ରୀରାମ ନବମୀ ପାଳନ ସମିତି ଅଧ୍ୟକ୍ଷ ନିରଂଜନ ପାଣିଗ୍ରାହୀ, ସଂଯୋଜକ ଚନ୍ଦ୍ରେଶ ରାଥୋଡ, ସିଦ୍ଧାର୍ଥ ପାତ୍ର, ବିଶ୍ଵନାଥ ନନ୍ଦ, ସନ୍ଦୀପ ଦଳାଇ,ବରୁଣ ଜୈନ, ସତିଶ ନନ୍ଦ, ସନ୍ତୋଷ ସାହୁ, ରଜନୀ କାନ୍ତ ନାୟକ, ନିରଞ୍ଜନ ପାଣିଗ୍ରାହୀ(୨), ଦୀପ୍ତି ସିଂ, ବାବୁଭାଇ ବଜରଙ୍ଗୀ, ସିୱା ଅନୁଷ୍ଠାନର ପ୍ରତାପ ପଟ୍ଟନାୟକ, ରଞ୍ଜିତ ନାୟକ, ମହେଶ, ଓମଶାନ୍ତିର ବୀର ପ୍ରସାଦ ହୋତା, ହିନ୍ଦୁ ସମାଜର ନିଖିଳ ସାହୁ, କେ.ସନ୍ତୋଷ କୁମାର ରାଓ, କିରଣ, ରାଜେଶ ପାତ୍ର, ସୁବାଶ, ଶୁଭେନ୍ଦୁ ବ୍ରହ୍ମା, ଶଙ୍କର ପ୍ରହରାଜ, ବିଭୁଦତ୍ତ ପାଢ଼ୀ, ଆଦିତ୍ୟ ମିଶ୍ର ,ଭିକୁ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ପଂଚମ ସାମନ୍ତରାୟ, କୃଷ୍ଣ କେଶବ, ଷଡ଼ଙ୍ଗୀ, ଚାମ୍ବର ଅଫ କମର୍ସର ନରି ବେହରା, ବିଜିରାୟ ଜେନାଦେଓ, ପତଂଜଳୀର ଜାନକୀ ପାଣିଗ୍ରାହୀ, ଦେବାଶିଷ ନାୟକ ଆଦିଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ପ୍ରଶାସନର ଅନୁମତି ଅନୁଯାୟୀ ସାମିଲ ହୋଇପାରିବେ ଏବଂ ବିଭିନ୍ନ ସାହି ଛକ ଅତିକ୍ରମ କରିବା ସମୟରେ ବି ଶ୍ରଦ୍ଧାଳୁ ପୂଜାଅର୍ଚ୍ଚନା କରିବାକୁ ଅନୁରୋଧ କରାଯାଇଛି। ଆଧ୍ୟତ୍ମିକତାର ସହ ବିନାଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରା କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jpr-sriram-navami-1.jpg)