ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚରା ପରେ ଛାଡ଼ିଲା ପୁଲିସ, ଜବତ କଲା ହାର୍ଡଡିକ୍ସ

ଭୁବନେଶ୍ୱର: ଟେଲିଭିଜନ୍ ଚା‌ନେଲ ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ପୁଲିସ ଛାଡ଼ିଦେଇଛି । ପୁଲିସ ରମେଶ ରଥଙ୍କ ଘରୁ ଓ ଓଟିଭି କାର୍ଯ୍ୟାଳୟରୁ କିଛି ଦସ୍ତାବିଜ୍ ଓ କମ୍ପୁଟର ହାର୍ଡହିସ୍କ‌ ଜବତ୍ କରିଥିବା ଜଣାଯାଇଛି। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ଭାଇରାଲ୍‌ ମାମଲାରେ ସଂପୃକ୍ତି ନେଇ ରମେଶ ରଥଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା।

ସୂଚନାଯୋଗ୍ୟ, ରମେଶଙ୍କୁ ତାଙ୍କ ଘର ପାଖରୁ କେନ୍ଦୁଝର ପୁଲିସର ଏକ ଟିମ୍‌ ଉଠାଇ ନେଇଥିଲା। ପ୍ରାୟ ୪ରୁ ୫ ଜଣ ପୁଲିସ କର୍ମଚାରୀ ବଳପୂର୍ବକ ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ। ତାଙ୍କୁ ସେଠାରେ କିଛି ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।

କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ ଭାଇରାଲ୍‌ ମାମଲାରେ କେନ୍ଦୁଝର ପୁଲିସ ତାଙ୍କୁ ଉଠାଇ ନେଇଥିବା ଚର୍ଚ୍ଚା ହୋଇଥିଲା। ଆଇପି ଆଡ୍ରେସ ଟ୍ରାକ କରିବା ପରେ ପୁଲିସ ଏଭଳି ପଦକ୍ଷେପ ନେଇଛି ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ୨୦୧୯ରେ ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଗିରଫ ହୋଇଥିବା ଓଟିଭି ସାମ୍ବାଦିକ ସୀମାଂଚଳ ପାତ୍ର, ରମେଶ ରଥଙ୍କ ନାଁରେ ଅଭିଯୋଗ କରି କହିଥିଲେ ସେ ଏହି ଭିଡିଓ ତାଙ୍କଠାରୁ ପାଇଥିଲେ । ଏହି ମାମଲାରେ କୁଆଡେ ପୁଲିସ ରମେଶଙ୍କୁ ଏକାଧିକ ବାର ପଚରାଉଚରା ପାଇଁ ନୋଟିସ କରିଥିଲା ।

ସମ୍ବନ୍ଧିତ ଖବର