ପୂର୍ବତଟ ରେଳପଥ କର୍ମଚାରୀ ୟୁନିୟନ୍‌ର ସାଧାରଣ ସଂପାଦକ ରମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତଟ ରେଳପଥ କର୍ମଚାରୀ ୟୁନିୟନ୍‌ର ସାଧାରଣ ସଂପାଦକ ରମେଶ ସ୍ୱାଇଁଙ୍କ ଆଜି ଅପରାହ୍‌ଣରେ ଆମ୍ରି ହସ୍‌ପିଟାଲ୍‌ରେ ପରଲୋକ ଘଟିଛିି। ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ସେ ହୃତ୍‌ଘାତଜନିତ ରୋଗରେ ପୀଡ଼ିତ ହୋଇ ୩ ଦିନ ହେଲା ଚିକିତ୍ସାଧୀନ ଥିଲେ। ଅନୁଗୁଳଠାରେ ଏକ କର୍ମଚାରୀ ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ସେ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଜଣେ ସରଳ, ନିରଳସ ଓ ଲୋକପ୍ରିୟ ନେତା ଥିଲେ। ତାଙ୍କ ମୃତ୍ୟୁରେ ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର